ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବସ୍ତି ଠାରେ ସରପଞ୍ଚ ସ୍ଵର୍ଣ୍ଣ ଲତା ସାହୁଙ୍କ ନେତୃତ୍ବରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ଜୋନ-କ ମହେନ୍ଦ୍ର ରଣା, ରିଷିଡା ସରପଞ୍ଚ ସେବତୀ ରଣା, ସରଗୁଲ-ମାଳପଡା ସରପଞ୍ଚ ବରୁଣ ଛତ୍ରୀଆ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୌରକେଲା ସରପଞ୍ଚ ଯଶୋଶ୍ଵନୀ ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବିଜୁ ଜନତା ଦଳ ସରକାର କରି ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଓ ବିଭିନ୍ନ ଯୋଜନାକୁ ସମୟସୀମାରେ ପହଞ୍ଚାଇ ସରକାର ଙ୍କ ଯୋଜନା ଉପରେ କହିଥିଲେ। ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗର, କୃଷି ବିଭାଗ, ଅଙ୍ଗନୱାଡ଼ି ବିଭାଗ, ଭେଟ ନାରୀ ବିଭାଗ, ଆଇସିଡ଼ିଏସ ବିଭାଗ ପ୍ରଭୃତି ଷ୍ଟଲ ଲାଗିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ବଜାସାଲ ହାତିସରା ତୁଷୁରା ଲୋକ ସଂସ୍କୃତି ପରମ୍ପରାକୁ ନେଇ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ମଧୂସୁଦନ ଭାଗ ପରିଚାଳନା କରିଥିବା ବେଳେ ଶେଷରେ ଜିଆରଏସ ଉମେଶ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.