ସୁସ୍ଥ ହେବା ପରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରଥମ ଗସ୍ତ

ଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ୨ ମାସ ଚିକିତ୍ସିତ ହେବାପରେ ମୁମ୍ବାଇରୁ ସୁସ୍ଥ ହୋଇ ଫେରି ପ୍ରଥମ ଦିନିକିଆ ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଢୋଲକିଆ ଭୁବନେଶ୍ୱରରୁ ବିମାନ ଯୋଗେ ପ୍ରଥମେ ଗୋତମା ସ୍ଥିତ ଏୟାର ଷ୍ଟିଭରେ ଓଲ୍ହାଇ ଥିଲେ। ପରେ ସେଠାରୁ କୋମନା ବ୍ଲକ ଗଣ୍ଡାମେର ଗାଁକୁ ବିମାନ ଯୋଗେ ଯାଇଥିଲେ। ସେଠାରେ ଲୋହଣ୍ଡିପାଲିରୁ ନୂଆଗାଁକୁ ଏବଂ ଲର୍କି ରୁ ଗନିଆପଡା ରାସ୍ତାରେ ନିର୍ମାଣ ହେବାକୁ ଥିବା ବ୍ରିଜର ଶିଳାନ୍ୟାସ କରିଥିଲେ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ପରେ ନୂଆପଡା ସଦର ବ୍ଲକ ସାରାବଙ୍ଗ ପଂଚାୟତ ମିନି ଷ୍ଟାଡିଅମ ଠାରେ ହେଲିକେପଟରରେ ଆସି ପହଂଚିଥିଲେ। ସେଠାରେ ମଧ୍ୟ ସାରାବଙ୍ଗରୁ ଆମାନାରା ଏବଂ ଖଳନାରୁ ଖୁର୍ତି ରାସ୍ତା ଉପରେ ନିର୍ମାଣ ହେବାକୁ ଥିବା ବ୍ରିଜର ଶିଳାନ୍ୟାଶ କରିଥିଲେ। ପରେ ସାରାବଙ୍ଗ ମିନି ଷ୍ଟାଡିଅମ ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁକୁ ଜନସାଧାରଣଙ୍କୁ ଉଦବୋଧନ ମଧ୍ୟମରେ ସଚେତନ କରିଥିଲେ। ସେଠାରୁ ସ୍ଥାନୀୟ ଡ଼ୁମେରପାଣି ପଂଚାୟତ ଖେଳ ପଡିଆ ଠାରେ ଓହ୍ଲାଇ ମିନି ଷ୍ଟାଡିଅମ ଡ଼ୁମେରପାଣି ଓ ଦୁଇ ପାର୍ଶ୍ୱ ରାସ୍ତା ଗୋତମା ଠାରୁ ଭଏଁସମୁଣ୍ଡି ପର୍ଯ୍ୟନ୍ତ ଭଲି ପ୍ରକଳ୍ପର ଶିଳାନ୍ୟାଶ କରିଥିଲେ। ଡ଼ୁମେରପାଣି ପଂଚାୟତ ଖେଳ ପଡିଆରୁ ବାହାରି ଗୋତମା ଏୟାରଷ୍ଟ୍ରିଭକୁ ଯାଇ ସେଠାରୁ ରାଜଧାନୀ ଭୁବନେଶ୍ୱର ପାଇଁ ଆକାଶ ମାର୍ଗରେ ବିମାନ ଯୋଗେ ଯାତ୍ରା କରିଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମୁରଲୀ ଭୋଇ, କୋମନା ବ୍ଲକ ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ ଓ କାର୍ତ୍ତିକ ଦୀପ, ବିଜେଡି ନେତା ଗୁପ୍ତେଶ୍ୱର କୁମ୍ଭାର, ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜୟ ଗହୀର, ନୂଆଗାଁ ସମିତି ସଭ୍ୟ ଦୋଳମଣୀ ଶବର, ଗଣ୍ଡାମେର ସମିତି ସଭ୍ୟ କେଶବ ନିଆଲ, ଗଣ୍ଡମେର ପଂଚାୟତ ସଭାପତି ବୁନୁ ଖମାରି, ନୂଆଗାଁ ପଂଚାୟତ ସଭାପତି ନିଲମଣି ଭୋଇ, ଯୁବ ବିଜେଡି ଜିଲ୍ଲା ସାମ୍ପଦକ ମୁସ୍ତଫା ଖାନ, ସୁଶୀଲ ସୋନୀ, ପୁଷ୍ପରଞ୍ଜନ ଯାଦବ ପ୍ରମୁଖ କୋମନା ବ୍ଲକ ଗଣ୍ଡମେର ଠାରେ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ବିଜେଡି ନୂଆପଡା ବ୍ଲକ ସଭାପତି ରମାକାନ୍ତ ଠାକୁର, ଯୁବ ନେତା ଧନୀରାମ ସାହୁ, ବିଲାଲ ଖାନ, ଗୋପାଲ ପଟେଲ, ଜିଲ୍ଲା ସମ୍ପାଦକ ରବି ବାଗ, ସାରାବଙ୍ଗ ସରପଞ୍ଚ ରଥ ବାଇ ପଟେଲ, ସାରାବଙ୍ଗ ସମିତି ସଭ୍ୟା ଜାଗୃତି ସାହୁ, ଆମାନାରା ସମିତି ସଭ୍ୟା ନୂତନ ନାୟକ, ବିଜେଡ଼ି ମହିଳା ନେତ୍ରୀ ଇନ୍ଦୁ ସାହୁ, ବିଜେଡି ନେତା କମଲ ଠାକୁର, ହୀରା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.