ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଳା ଗାୟତ୍ରୀ ପରିବାର ପକ୍ଷରୁ ରବିବାର ଦିନ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହାଟପଦା ଠାରେ ଥିବା ଯଜ୍ଞମଣ୍ଡପରୁ ସହରର ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆଁବନ୍ଦ ପୋଖରୀରେ ପହଞ୍ଚିଥିଲେ। ସେଠାରେ ଗାୟତ୍ରୀ ପରିବାର ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇଥିଲା। ହରି ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଓ ପଙ୍କଜିନୀ ପଣ୍ଡା ପରିଚାଳନା କରିଥିଲେ। ଗାୟତ୍ରୀ ଯଜ୍ଞ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ, ଯଜ୍ଞ ଆହୁତି, ଦୀପ ଯଜ୍ଞ, ମୁଣ୍ଡନ, ବ୍ରତ, ବିଦ୍ୟା, ବିବାହ ଗର୍ଭ ସଂସାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୭ ତାରିଖରେ ପୂର୍ଣ୍ଣାହୂତି ସହ ଯଜ୍ଞ ସମାପନ ହେବ ବୋଲି ସୂଚନା ରହିଛି। ଏହି କଳସ ଯାତ୍ରାରେ ହରି ପ୍ରସାଦ ଅଗ୍ରୱାଲ, ଅଖିଳ ସାହୁ, ପ୍ରଦୀପ ଜାଲ, ପ୍ରମୋଦ ବୈଠାରୁ, ଭୀମସେନ ସ୍ୱାଇଁ, ଅର୍ଜୁନ ଅଗ୍ରୱାଲ , ବିକାଶ ବହିଦାର, ମଧୁସୂଦନ ଦାସ, ସୁରେଶ ରଣା, ସରୋଜ ବୈଠାରୁ, ମଦନ ଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ବିନୟ ଭୋଇ, ବାଦଲ ଅଗ୍ରୱାଲ, ନାରାୟଣ ଜାଲ, ସମୀର ବୈଠାରୁ, ମୁନୁ ପଟେଲ, ଯୁଗଲାଲ ବଗର୍ତ୍ତି, ଶିବ ସାହୁ, ହେମରାଜ ସାହୁ, ଜୟରାମ ସାହୁ, ରାମଜୀ ଚଣ୍ଡେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ସମେତ ଗାୟତ୍ରୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।