୧୫ ତମ ସର୍ବଭାରତୀୟ ରାମଧୂନ୍ କପ୍ ଫୁଟବଲ

କଟକକୁ ୨-୧ ରେ ହରାଇ ସୁନାବେଡା ଦଳ ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୫ ତମ ଅଲ୍ ଇଣ୍ଡିଆ ରାମଧୂନ୍ କପ୍ ଫୁଟବଲ ମ୍ୟାଚରେ କଟକ ରୋବୋର୍ସ ଏଥେଲେଟିକ କ୍ଳବ ଓ ଟିୟାଇସି ସୁନାବେଡା ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ଖେଳ ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ ଓ ପ୍ରାକ୍ତନ ପୌର ଅଧ୍ୟକ୍ଷା କଇରୁ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦ୍ଘାଟନ କରି ଆୟୋଜକ, ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ କଟକ ଦଳର ପ୍ରୟୋଜକ ଶଙ୍କର୍ଷଣ ପଟ୍ଟନାୟକ ଓ ସୁନାବେଡ଼ା ଦଳର ପ୍ରୟୋଜକ ପ୍ଲାବନ ମହାପାତ୍ର, ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟା ଶରତ ମହାନ୍ତି, କୃଷ୍ଣ ବାଗ, ଦ୍ୱାରିକା ସାହୁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ସନ୍ତୋଷ ପୂଜାରୀ, ରଞ୍ଜିତ ପଧାନ, ଭବାନୀ ପଟ୍ଟାନାୟକ, ବଳରାମ ପଟ୍ଟନାୟକ, ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। କଟକ ଦଳକୁ ୨-୧ ରେ ପରାସ୍ତ କରି ସୁନାବେଡ଼ା ଟିୟାଇସି ଦଳ ବିଜୟୀ ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ସୁନାବେଡ଼ା ଦଳର ଖେଳାଳି ବିଟୁ ଓରାମଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ସଲିଳ ବେହେରା ଖେଳ ପରିଚାଳନା ଓ ପିଇଟି ଦିଲ୍ଲୀପ ରାଉତ, ପ୍ରଶାନ୍ତ ବେହେରା ଓ ଫୋର୍ଥ ଅଫିସିଆଲ୍ ଭାବେ ଜୀତେନ୍ଦ୍ର ଥନାପତି ସହଯୋଗ କରିଥିଲେ। ପ୍ରଭୁ ଦାଶ ଖେଳର ଧାରା ବିବରଣୀ ପ୍ରଦାନ୍ କରିଥିବା ବେଳେ ମିଡ଼ିଆ ସଂଯୋଜକ ମନୋରଂଜନ ତ୍ରୀପାଠୀ ଅତିଥି ସ୍ଵାଗତ କରିଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ପଦ୍ମନାଭ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ସୋହୋମ ସାହୁ, ଅଂଶୁମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କାର୍ଯ୍ଯ ପରିଚଳନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.