ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ପାଞ୍ଚ ଜଣ ଛାତ୍ର, ଛାତ୍ରୀଙ୍କୁ ବୈଷୟିକ ଶିକ୍ଷା (ଆଇଟିଆଇ) ନିମନ୍ତେ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଲେଖାଏଁ ମୋଟ ୩୫ ହଜାର ଟଙ୍କାର ଚେକ୍ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ସମସ୍ତ ଶିଶୁ ମାନଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ହିକୁଡ଼ି ସ୍ଥିତ ଆଇଟିଆଇ କଲେଜର ଦ୍ଵିତୀୟ ବର୍ଷ ଅଧ୍ୟୟନରତ ଇଲେକ୍ଟ୍ରିକାଲ ଟ୍ରେଡର ଛାତ୍ର ଅଜିତ ଥନାପତି ଓ ବୃନ୍ଦାବନ ଭୋଇ ଓ ଫିଟର ଟ୍ରେଡ୍ ର ଛାତ୍ର କୁଶ କୁଦାଇ, ଛାତ୍ରୀ ଆନନ୍ଦୀନି ଦେହୁରୀ ଓ ଆରସି ଟ୍ରେଡ଼ର ମିଳନ ଦେହୁରୀ । ସହାୟତା ରାଶି ପ୍ରଦାନ ଅବସରରେ ବିଭାଗୀୟ ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଶିଶୁ ସୁରକ୍ଷା ବିଭାଗ ର ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ଅନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.