ନର୍ଲା ନିର୍ବାଚନ ମଣ୍ଡଳୀରେ ଯୋର ଧରୁଛି କଂଗ୍ରେସର ନିର୍ବାଚନୀ ପ୍ରଚାର

ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ଭକ୍ତ ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀରେ ଯୋର ଧରୁଛି ନିର୍ବାଚନୀ ପ୍ରଚାର। ଗତ ମଇ ୧ ରୁ ବିଧିବଦ୍ଧ ଭାବରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ନର୍ଲା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଚେକ ଗେଟ ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ନର୍ଲା ବ୍ଲକ ଓ ମ.ରାମପୁର ବ୍ଲକର ବାଲସିଙ୍ଗା, ବାଲବେଡା, ଗୁନାଙ୍ଗବେଡା, ସଦଲଗୋଛା, ବେଲଗାଁ, ବାରବନ୍ଧା, ଡୁଡକାରଞ୍ଜା, ଡୁମେରୀ, ନାଗଝରୀ, ଉର୍ଲାଦନୀ, ମାରଦିଙ୍ଗ, ଲାହାଡି, ମସ୍କାପଦର, ଲୁବେନଗଡ, ଡେଢସୁଲି, ପଟାଙ୍ଗି, ଜାମୁଲି, ମୋହନଗିରି, ବିଜାମାଲ, ସିଂପୁର, ସିରକିହେଜୁ, ପର୍ଲା,ତଲନୂଆଗାଁ, ଉପରନୂଆଗାଁ ଓ ମାଣିକେରା ପ୍ରଭୃତି ଏଭଳି ୨୫ ଖଣ୍ଡ ଗାଁକୁ ଗାଁ ସମର୍ଥକ ଓ କର୍ମୀମାନଙ୍କ ଗହଣରେ ବୁଲି ଭୋଟ ଭିକ୍ଷା କରିଥିଲେ। ସାଙ୍ଗରେ ଜିଲ୍ଲା ସଭାପତି, ବରିଷ୍ଠ ସଦସ୍ୟ ବାବୁଲି ମଣ୍ଡଳ, ନର୍ଲା କର୍ମକର୍ତ୍ତା ନୀରଜ ଶର୍ମା(ସାନୁ), ସମୀର ଚାନ୍ଦ, ଦୀପୁ ପାତ୍ର, ଅନିରୁଦ୍ଧ ବିଶ୍ୱାଳ, ଚୂଳମଣି ଗୌଡିଆ, ପିସିସି ସଦସ୍ୟ ବିଭୂତି ମହାଖୁଡ, ମ.ରାମପୁର ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂ, କୀର୍ତ୍ତନ ସାହୁ, ଦୁଷ୍ମନ୍ତ ରଣା, ପ୍ରକାଶ ମାଝୀ, ତାରାପ୍ରସାଦ ଚମରା ବଗର୍ତ୍ତି ପ୍ରମୁଖ ପ୍ରଚାର କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରଚାର ସମୟରେ କଂଗ୍ରେସର ଗ୍ୟାରେଣ୍ଟି, ଧାନ କ୍ୱିଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବ କଂଗ୍ରେସ ସରକାର, ବେକାରୀ ଯୁବକ ମାନଙ୍କୁ ଭତ୍ତା ପ୍ରଦାନ କରାଯିବ, ୬୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀ ମାନଙ୍କୁ ଭତ୍ତା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଦୀର୍ଘ ୨୫ ବର୍ଷ ପରେ ମଧ୍ୟ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇ ପାରିନି। ଏଇଠି ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧି ଓ ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ମୁଁ କେବଳ ଦରମା କିମ୍ବା ଭତ୍ତା ପାଇବା ଆଶାରେ ବିଧାୟକ ହେବାକୁ ଚାହୁଁନି। ଲୋକଙ୍କ ପାଇଁ, ଚାଷୀଙ୍କ ପାଇଁ, ଗରୀବ ମାନଙ୍କ ପାଇଁ କାମ କରିବି। ଅଧପନ୍ତରିଆ କାମ ହୋଇଥିବା ରେତ ଜଳସେଚନ ପ୍ରକଳ୍ପର ପାଣି ନର୍ଲାର ପ୍ରତି ଗାଁକୁ ଲାଗିବ। ଶୁଷ୍କ ନର୍ଲା ଅଞ୍ଚକୁ ଶସ୍ୟ ଶ୍ୟାମଳା କରିବା ଓ ଗରୀବ ମୁହଁରେ ହସ ଫୁଟେଇବା ମୋର ଲକ୍ଷ୍ୟ ବୋଲି କଂଗ୍ରେସର ନର୍ଲା ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.