ପ୍ରଚାର ମଇଦାନରେ ସ୍ବାଧିନ ପ୍ରାର୍ଥୀ ଫୁଲମେ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧିରେ ଧିରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିବାରେ ଲାଗିଛି। କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରଦୀପ ଦିଶାରୀ, ବିଜେପିରୁ ରମେଶ ମାଝୀ, କଂଗ୍ରେସରୁ ବଳଭଦ୍ର ମାଝୀ, ବିଏସପିରୁ ମୋହନସିଂ ମାଝୀ ପ୍ରାର୍ଥୀ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଫୁଲମେ ମାଝୀ, ସୁରେଶ ମାଝୀ, ରାଖୀ ନାୟକ, ଉଦ୍ଧବ ନାଏକ ପ୍ରମୁଖ ଠିଆ ହୋଇଛନ୍ତି। ତେବେ ଦଳୀୟ ପ୍ରାର୍ଥୀମାନଙ୍କ ଭିଡ଼ ଭିତରେ ସ୍ୱାଧୀନ ପ୍ରାର୍ଥୀନୀ ଫୁଲମେ ମାଝୀ ନିଜର ପ୍ରଚାରକୁ ଜୋରଦାର କରିବା ସହିତ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବେଶ ଜନସମର୍ଥନ ହାସଲ କରୁଥିବା ଦେଖିବାକୁ ମିଳିଛି। ଜଣେ ମହିଳା ସମାଜସେବୀ ଓ ନାରୀନେତ୍ରୀ ଭାବେ ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିଥିବା ଫୁଲମେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଭବାନୀପାଟଣା ସଦର ବ୍ଲକର ୮ଟି ପଞ୍ଚାୟତ ବୁଲିବା ସହିତ ନିଜ ପାଇଁ ଭୋଟଭିକ୍ଷା କରୁଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକେ ସ୍ୱାଗତ କରିବା ସହିତ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି। ତେବେ ପୂର୍ବରୁ ବିଜେଡି ଟିକେଟ ଆଶାୟୀ ଥିବା ଫୁଲମେ ଏବେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାବେଳେ କୁଟିଆ କନ୍ଧ ଜନଜାତିର ପ୍ରାର୍ଥୀନୀ ଭାବେ କଂଗ୍ରେସର ଭୋଟବ୍ୟାଙ୍କଙ୍କୁ ମଧ୍ୟ ସେ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ବିଜେଡି ଓ କଂଗ୍ରେସ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ପ୍ରଚାର ଅଭିଯାନରେ ବିଜେପି କିନ୍ତୁ ପଛରେ ପଡିଯାଇଛି। ଜଣକ ପରେ ଜଣେ ବିଜେପି ନେତା ଓ କର୍ମୀ ଦଳ ଛାଡୁଥିବାବେଳେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଏକପ୍ରକାର ଧିମେଇଯାଇଛି। ତେବେ ହାତରେ ଆଉ ସାତଦିନ ଥିବାରୁ ବିଭିନ୍ନ ଦଳୀୟ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.