ଘଣ୍ଟାମାଳରେ ରବି ଧାନ ମଣ୍ଡି ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା ପେକ୍ସର ଘଣ୍ଟମାଳ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଶନିବାର ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଏହି ମଣ୍ଡିର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ନର୍ଲା ପେକ୍ସ ସମ୍ପାଦକ ଲବକାନ୍ତ ସା, ନର୍ଲା ପେକ୍ସ ଡାଇରେକ୍ଟର ଚିରଞ୍ଜିବୀ ଗୌଡିଆ, ଚାଷୀ ଦୟାମୟ ପଧାନ, ଗଜେନ୍ଦ୍ର ପଧାନ, ପ୍ରଶାନ୍ତ ସା, ଅରକ୍ଷିତ ନାଏକ, ମାନସ ରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକର ଭାନପୁର, ତୁଳାପଡ଼ା, ଉଲିକୁପା, ନିଶାନପୁର, ନର୍ଲା, ମାଣ୍ଡେଲ ପ୍ରଭୃତି ରବି ଧାନ ମଣ୍ଡି ସବୁ ଗତ ଦୁଇଦିନ ମଧ୍ୟରେ ଉଦ୍ଘାଟିତ ହୋଇଯାଉଛି। ଚଳିତ ବର୍ଷ ପ୍ରଥମ କରି ରବି ରୁତୁରେ ଧାନ ଚାଷ ପାଇଁ ପାଣି ଛାଡିଥିବା ରେତ ଜଳ ସେଚନ ପ୍ରକଳ୍ପ ଯୋଗୁଁ ଶାନ୍ତପୁର, ବଡ଼ଧାରପୁର ପ୍ରଭୃତି ଅଞ୍ଚଳରେ କେନାଲ ପାଣି ଲାଗି ଡାଲୁଅ ଧାନ ଅମଳ ହେଉଛି। ଚାଷୀ ରବି ଚାଷ କରି ମଣ୍ଡିରେ ଧାନ ବିକୁଛନ୍ତି। ନର୍ଲାରେ ଆରମ୍ଭ ହୋଇଥିବା ଉପରୋକ୍ତ ମଣ୍ଡି ସବୁ ବହୁତ ଶୃଙ୍ଖଳିତ ଭାବରେ ଚାଲିଥିବା କହିଛନ୍ତି ନର୍ଲା ଯୋଗାଣ ଅଧିକାରୀ ଶିବ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.