ମାଟ୍ରିକ ପରୀକ୍ଷା ଫଳ: ମ.ରାମପୁର ବ୍ଲକ ଟପ୍ପର ଛାତ୍ରୀ ଇସିସ୍ମିତା ବିଶ୍ଵାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରବିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ମାଟ୍ରିକ ଟପ୍ପର ହେଇଛନ୍ତି ଇସିସ୍ମିତା ବିଶ୍ୱାଳ। ରବିଚନ୍ଦ୍ର ବିଶ୍ୱାଳ ଓ ପଦ୍ମାବତୀ ବିଶ୍ବାଳଙ୍କ ସୁକନ୍ୟା ଇସିସ୍ମିତା ୪୯୨ (୮୨%) ମାର୍କ ରଖି ଉତ୍ତୀର୍ଣ୍ଣ ହେଇଛନ୍ତି। ସେ ମ.ରାମପୁର ବ୍ଲକ୍ ଅଲାତରା ପଞ୍ଚସଖା ସରକାରୀ ବିଦ୍ୟାଳୟର ଛାତ୍ରୀ ହେଇଥିବା ବେଳେ ତାଙ୍କରି ଏହି ସଫଳତା ପାଇଁ କୃତୀ ଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ଅଶୋକ ବିଶ୍ଵାଳଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.