ମାଟ୍ରିକ ପରୀକ୍ଷା ଫଳ: କୋକସରା ବ୍ଲକ ଟପ୍ପର ହେଲେ ଭୁପେନ୍ଦ୍ର ଘି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ର ଭୁପିନ୍ଦ୍ର ଘି ଚଳିତ ମାଟ୍ରିକ ପରୀକ୍ଷାରେ ୪୯୯ ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି। ତାଙ୍କର ବାପା ଘନଶ୍ୟାମ ଘି ଜଣେ ଚାଷୀ ହୋଇଥିବାବେଳେ ମା’ ଯଶୋଦା ଘି ଜଣେ ଗୃହିଣୀ। ତାଙ୍କ ସଫଳତା ପାଇଁ ନିଜ ଗାଁ ଜନ୍ମମାଟି, ସ୍କୁଲର ଗୌରବକୁ ବୃଦ୍ଧି କରିଛି। ଏହା ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଭୁପେନ୍ଦ୍ରଙ୍କ କୃତିତ୍ୱ ପାଇଁ ବେଶ୍ ଖୁସି ଅଛନ୍ତି। ପାଠପଢାରେ ଦୈନିକ ୮ଘଣ୍ଟ ପରିଶ୍ରମ ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତା/ମାତାଙ୍କ ଆର୍ଶୀବାଦ ତାଙ୍କ ସଫଳତାର ଶ୍ରେୟ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.