ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ଶ୍ରୀ ଏଜୁକେଶନ ଛାତ୍ର ସୁନୀଲ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଏଜୁକେସନର ଛାତ୍ର ସୁନୀଲ କୁମାର ସାହୁ। ସେ ଏହି ପରୀକ୍ଷାରେ ୫୪୪ (୯୧%) ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ହେବାର ଗୌରବ ଆଣିଛନ୍ତି। ସୁନୀଲଙ୍କ ଘର କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତର କୁଲେର ଗୁମ୍ଫା ହେଇଥିବା ବେଳେ ତାଙ୍କରି ବାପା ସ୍ବର୍ଗତ ଦେବେନ୍ଦ୍ର ସାହୁ ଓ ମାତା ଟିକେମଣି ସାହୁ ଅଟନ୍ତି। ସୁନୀଲ ମ.ରାମପୁର ବ୍ଲକ ତୁଜୁଙ୍ଗଠାରେ ଥିବା ଶ୍ରୀ ଏଜୁକେସନରେ ରହି ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲେ। ସୁନୀଲ ମାଟ୍ରିକ ପରୀକ୍ଷାରେ ୭୬ % ରଖି ଥିବା। ବେଳେ ନିଜର ଅଧ୍ୟବସାୟ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମାର୍ଗ ଦର୍ଶନ ପାଇଁ ଯୁକ୍ତ ଦୁଇ ବାଣିଜ୍ୟ ରେ ଜିଲ୍ଲାରେ ଦ୍ୱିତୀୟ ଦିନ ହାସଲ କରିବାରେ ସକ୍ଷମ ହେଇଛନ୍ତି। ଏଠାରେ ସୂଚନା ଥାଉ କି ଏହି ଶିକ୍ଷା ଅନୁଷ୍ଠାନ ଶତ ପ୍ରତିଶତ ରେଜଲ୍ଟ (ପ୍ରଥମ ଶ୍ରେଣୀ ରେ ୯୪ ଓ ଦ୍ୱିତୀୟ ଶ୍ରେଣୀ ରେ ୧୬) କରି ପାରିଛି। ତେବେ ସୁନୀଲଙ୍କ ଏହି ସଫଳତା ପାଇଁ ଶ୍ରୀ ଏଜୁକେସନର ମୁଖ୍ୟ ପରିଚାଳକ ସରୋଜ ପତି, ସଭାପତି ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଶିବାଶିଷ ଦାସ ଏବଂ ଅଧ୍ୟାପକ ଅଧ୍ୟାପକଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.