ଓଡ଼ିଆ ବାର୍ତ୍ତା/ ତାସକେଂଟ: ଏସିଆନ ସିନିୟର ଚାମ୍ପିୟନଶିପରେ ଭାରତର ଜିମ୍ନାଷ୍ଟ ଦୀପା କର୍ମକାର ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୀପା ମହିଳା ଭଲ୍ଟ ଇଭେଂଟରେ ୧୩.୫୬୬ ପଂଏଟ ସଂଗ୍ରହ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏସିଆନ ଚାମ୍ପିୟନଶିପରେ ଦୀପାଙ୍କ ଏହା ଦ୍ୱିତୀୟ ପଦକ । ଏହା ପୂର୍ବରୁ ୨୦୧୫ରେ ସେ ସମାନ ଇଭେଂଟରେ ବ୍ରୋଞ୍ଜ ପଦକ ପାଇଥିଲେ । ସେହି ବର୍ଷ ଫ୍ଲୋର ଏକ୍ସରସାଇଜରେ ଆଶୀଷ କୁମାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୯ ଓ ୨୦୨୨ରେ ପ୍ରଣତି ନାୟକ ଭଲ୍ଟ ଇଭେଂଟରେ ବ୍ରୋଞ୍ଜ ଜିତିଥିଲେ ।