ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ତାତି ଅନୁଭୁତ ହେଉଛି। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ମଇ ମାସ ଶେଷ ଭାଗରେ ଗୋଟିଏ ସପ୍ତାହ ଧରି ପାରଦ ୪୫ ଡିଗ୍ରୀ ଅତିକ୍ରମ କରି ସାରିଲାଣି । ଦିନ ୧୦ ଟା ହୋଇଗଲେ ଖରା ତାତି ଆଉ ସହି ହେଉନି। ଅନ୍ୟପକ୍ଷେ ଚଳିତବର୍ଷ ବର୍ଷା ଦିନେ କମ୍ ବର୍ଷା ଯୋଗୁଁ ନଈ ବଢି ହୋଇ ନଥିବା ବେଳେ, ବନ୍ଧ ପୋଖରୀ ଗୁଡିକ ମଧ୍ଯ ପାଣି ଭର୍ତ୍ତି ହୋଇ ନଥିଲା । ଫଳ ସ୍ୱରୂପ ମାର୍ଚ୍ଚ ମାସରୁ ନଈ, ନାଳ, ପ୍ରଭୃତି ଶୁଖ୍ ଯାଇଛି । ଅନ୍ୟ ବର୍ଷ ଗୁଡିକ ଭଳି ଚଲିତ ବର୍ଷରେ ଆଦୌ କାଳ ବୈଶାଖ୍ କିମ୍ବା ବର୍ଷା ହୋଇ ନ ଥିବାରୁ ମାଟି ସମ୍ପୂର୍ଣ ଭାବରେ ସୁଖୁଲା ରହିଛି। ଫଳରେ ଗରମ ଦ୍ଵିଗୁଣା ଅନୁଭୂତ ହେଉଛି। ଏବେ ଗୋଟିଏ ସପ୍ତାହ ହୋଇଗଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖ?ବା କୁ ମିଳୁଛି । ବିଶେଷ କରି ଗତ ଦୁଇଦିନ ହେବ ଅତି ପ୍ରବଳ ଗରମ ଅନୁଭୂତ ହେଉଛି। ପୂର୍ବାହ୍ନ ୧୦ଟା ହୋଇଗଲେ ଘରୁ ବାହାରି ହେଉନି। ଦିନ ୧୧ ଟା ରୁ ରାସ୍ତାଘାଟ ସବୁ ଶୁନ ସାନ୍ ଓ ଖା ଖାଁ ଲାଗୁଛି । ସରକାର ସକାଳ ୭ ଠାରୁ ୧୧ ଯାଏଁ ହିଁ ଶ୍ରମିକ ମାନେ କାମ କରିବେ ବୋଲି କଡାକଡି ନିୟମ କରିଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ବାଟୋଇ ମାନେ ପାଣି ମୁନ୍ଦିକ ପାଇଁ ବା ହୁତାଶ ହେଉଥିବା ଦେଖାଟାକୁ ମିଳୁଛି । ଏଥି ନିମନ୍ତେ ପ୍ରଶାସନ ଆଗକୁ ସଜାଗ ନହେଲେ ଅଂଶୁଘାତ ର ଅନେକ ସମସ୍ୟା ଉପୁଜିବ ଏଥୁରେ ତିଳେ ମାତ୍ର ସନ୍ଦେହ ନାହିଁ ।