ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା କାଲି ୧୮ ତାରିଖ ମଙ୍ଗଳବାର ଦିନ ସକାଳ ୬ ଟା ରୁ ଦିବା ୧୦ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିଃ ପକ୍ଷରୁ ସୂଚନା ଦିଆଯାଇଛି। ଆଗରୁ ୧୪ ଓ ୧୬ ତାରିଖ ବିଦ୍ୟୁତ୍ ସରବରାହ ବନ୍ଦ ପାଇଁ ସୂଚନା ଦିଆଯାଇଥିବା ବେଳେ ୧୬ ତାରିଖ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ଥିଲା। ତେଣୁ ୧୬ ବଦଳରେ ୧୮ ତାରିଖ ବିଦ୍ୟୁତ୍ ସରବରାହ ବନ୍ଦ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ ଜାତୀୟ ରାଜପଥ ଉପରେ ଥିବା ବଲାଙ୍ଗୀର ନୁଆ – ସୋନପୁର ୧୩୨ କେଭି ଲାଇନ ତାର ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ବିଦ୍ୟୁତ୍ କାଟ ହେବ।