ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସାହାରା ହାଇସ୍କୁଲ ପରିସରରେ ଆର୍ନ୍ତଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାଳିତ ହୋଇ ଯାଇଛି। କଳିଙ୍କ ଟିଭି ଜିଲ୍ଲା ପ୍ରତିନିଧି ଶେଷଦେବ ବାରିକ ଏବଂ କିସ ଜିଲ୍ଲା ସଂଯୋଜକ ପ୍ରଭଞନ ପୁଝାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ନାଟ୍ୟକାର ଗଦାଧର ବାରିକ, ସାହିତିକ ତଥା ଉଲୁଣ୍ଡା କଲେଜର ଅଧ୍ୟକ୍ଷ ଦେବାଶିଷ ପାଣ୍ଡିଆ, ଆଇନଜୀବୀ ଅଦ୍ୱେତ କୁମାର ପଣ୍ଡା, ଶିକ୍ଷକ ଅମ୍ବୁଜ ବିହାରି ଶତପଥି, ସାହାରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ଅଚ୍ୟୁତ ସାମନ୍ତଙ୍କ ନୀତି ଆଦର୍ଶକୁ ନେଇ ଆଲୋକପାତ କରିଥିଲେ। ଚଳିତ ବର୍ଷର ଥିମ ଲେଟସ୍ ଆର୍ଟ ଅଫ୍ ଗିଭିଂ ରହିଥିବା ବେଳେ କିଟ, କିସ ତଥା କିମସ୍ ର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସରେ ୨୦୧୩ ମସିହାରୁ ଏହା ପାଳନ ହୋଇ ଆସୁଛି। ୧୧ ବର୍ଷ ଧରି ପାଳନ ହୋଇ ଆସୁଥିବା ଏହି ଆର୍ଟ ଅଫ୍ ଗିଭିଂ ଚିନ୍ତାଧାରା ନୀତି ଓ ଆଦର୍ଶରୁ ବିଚ୍ୟୁତ ନ ହୋଇ ସମାଜରେ ଶୁଖ, ଶାନ୍ତି, ସଦଭାବନାର ବାର୍ତା ପ୍ରୟାସ ଜାରି ରହିଛି। ନିଜେ ବଂଚିବା ସହିତ ଅନ୍ୟକୁ ଖୁସି ଦେବାରେ ଯେଉଁ ଆନନ୍ଦ ତାହା ଆଜି ସାରା ବିଶ୍ୱରେ ଆନ୍ଦୋଳନର ଋପ ନେଇଛି। ଡଃ ସାମନ୍ତଙ୍କ ନିତି, ଆଦର୍ଶ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଅନ୍ୟକୁ ସହୋଯୋଗ, ଭଳି ମହତ ଚିନ୍ତାଧାରାରେ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ସାହାରା ହାଇସ୍କୁଲ ପରିସରରେ ପାଳିତ ହୋଇଥିବା ବେଳେ ଶିକ୍ଷାପ୍ରେମୀ, ଛାତ୍ରଛାତ୍ରୀଙ୍କ ମନରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥଲା। ଶେଷରେ ସାହାରା ସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।