ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୀତ, ନୃତ୍ୟ, ବାଦ୍ୟ ବଜାଇବା ଭଳି ଅନେକ କଳାର ମାଳିକ ହେଉଛି ମଣିଷ।ଏହି ମାଧ୍ୟମରେ ମଣିଷ ନିଜର ଜୀବନ ଶୈଳୀରେ ବଞ୍ଚିବା ମାଧ୍ୟମ ମଧ୍ୟ ଆପଣାଇ ଥାଏ। ସେଥି ମଧ୍ୟରୁ ନିରିହ ଗରିବ ଲୋକଙ୍କୁ କିଛି ଦେବା ବା ଦାନ କରିବା ଏକ ଶ୍ରେଷ୍ଠ କଳା ଆଉ ସେହି କଳାର ଅଧିକାରୀ ହେଉଛି ମଣିଷ। ସେହି କଳା ମାଧ୍ୟମରେ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରି କଳାର ବିକାଶ ହେବ କେମିତି ସେ ନେଇ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ତଥା କିଟ୍ ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୨୦୧୩ ମସିହା ୧୭ ତାରିଖକୁ ଆର୍ଟ ଅଫ ଗିଭିଙ୍ଗ ଦିବସ ବୋଲି ଅନୁଷ୍ଠାନିକ ଭାବରେ ରୁପ ଦେଇଥିଲେ। ଆନ୍ତର୍ଜାତିୟ ଆର୍ଟ ଅଫ ଗିଭିଙ୍ଗ ଦିବସ ଭାବରେ ସେହି ଦିନଠାରୁ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋମବାର ଲାଞ୍ଜିଗଡ଼ ବ୍ଲକ ସଭାଗୃହରେ କିଟ୍ ଓ କିସର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନାରୀନେତ୍ରୀ ତଥା ବନ୍ଧପାରି ପୂର୍ବତନ ସରପଞ୍ଚ ସୁଶ୍ରୀ ଫୁଲମେ ମାଝୀ ଯୋଗଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୃ ମାଝୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଲେବର ଅଫିସର ସନାତନ ମାଝୀ, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ଯୁବ ସାମ୍ବାଦିକ ସୁଶାନ୍ତ ମାଝୀ, ଏକ୍ଜୁକିଟିପ୍ ଟ୍ରେନି ସୁରେନ୍ଦ୍ର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ଜୟନ୍ତ ମାଝୀ ପ୍ରଦାନ କରିଥିବାବେଳେ ଝସକେତନ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ କିଟ୍ ଏବଂ କିସ୍ ଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।