ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସୋମବାର କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ମନ୍ତ୍ରୀ ଶ୍ରୀଗଣ୍ଡ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଆମପାଣି ଘାଟି ମୁଣ୍ଡରେ ପୂଜିତ କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦର୍ଶନ କରିଥିଲେ। ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ। ମନ୍ତ୍ରୀ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସେଠାରୁ ବିଦାୟ ନେଇଥିଲେ। ସେହିପରି କାଉଡୋଲା ଠାରେ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଗଣ୍ଡଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆମପାଣିଠାରେ ବିଜେପି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସନ୍ତୋଷ ମାଝୀ, ସମ୍ପାଦକ ମଧୁବନ ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଧରିତ୍ରୀ ବାଗ, ଗୋପିଚନ ନାଏକ, ଉପ ସଭାପତି ଚକ୍ରଧର ବେଶ୍ରା, କୃଷ୍ଣଚନ୍ଦ୍ର ନାଏକ, ଭୁବନେଶ୍ୱର ନାଏକ, କାଉଡୋଲା ଠାରେ କମଲା କାନ୍ତ ପଣ୍ଡା, ପ୍ରେମଲାଲ ସରାବୁ, କୁଶ ସରାବୁ, ଜଗା ସରାବୁ, ଥବିର ମାଝୀ, ଲକ୍ଷ୍ମୀ ପୁଝାରୀ, ଶୁଶିଲ ସତନାମୀ ଓ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।