ସାହାଯ୍ୟକାରୀଙ୍କୁ ସହଯୋଗ: ଆମପାଣିରେ ୧୧ତମ ଆର୍ଟ ଅଫ୍ ଗିଭିଙ୍ଗ ସମାରୋହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଧାନ ମଣ୍ଡିଠାରେ ସୋମବାର କିଟ୍ ଓ କିସ୍ କୋକସରା ଶାଖା ପକ୍ଷରୁ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କିସର ପୁର୍ବତନ ଛାତ୍ର ତଥା ଅଧ୍ୟାପକ ଭୁବନେଶ୍ୱର ଦିଶାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପୂର୍ବତନ ଭତରା ସମାଜର ସଭାପତି ନିଳକଣ୍ଠ ମାଝୀ ମୁଖ୍ୟବକ୍ତା, କିଟ୍, କିସ୍ ଓ କିମ୍ସ କୋକସରା ଶାଖା ବ୍ଳକ ସଂଯୋଜକ ସନ୍ଥ କୁମାର ନାଏକ, କଳାହାଣ୍ଡି ବଞ୍ଜରା ସେବା ସଂଘର ସଭାପତି ଯଶୋବନ୍ତ ସିଂ ନାଏକ, ସିମାଞ୍ଚଳ ପୁଝାରୀ, ଦ୍ରୋଣଚାର୍ଯ୍ୟ ପୁଝାରୀ, ବଞ୍ଜରା ସେବା ସଂଘର ସମ୍ପାଦକ ବୁଦ୍ଧିରାମ ନାଏକ, ଗଣ୍ଡ ସମାଜର ସଭାପତି ହୁକମି ସୋରୀ, କବି ମାଝୀ, ରାମକୃଷ୍ଣ ନାଏକ, କୁମୁଦ ଚନ୍ଦ୍ର ପୁଝାରୀ, ଶହଦେବ ନେଗୀ, ଆଦିବାସୀ ସମାଜ ସଚେତକ ଲୋଚନ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାପାଇଁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଅତିଥି ମାନେ ମତ ବକ୍ତବ୍ୟ କରିଥିଲେ। ଏହି ଅବସରରେ ଯଶୋଦା ଅନାଥାଶ୍ରମର ପ୍ରତିଷ୍ଠାତା ଶ୍ୟାମସୁନ୍ଦର ଜାଲ, ସେସିଆଲ ୱେଲଫେୟାର ଅର୍ଗାନାଇଜେସନର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀ, ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ସମେତ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରେ ବ୍ଲକର ବିଭିନ୍ନ ଗ୍ରାମରୁ କିଟ ଓ କିସର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମଞ୍ଚକୁ ସୁଧୀର ଧଙ୍ଗଡାମାଝୀ ପରିଚାଳନା କରିଥିଲେ। କିସ୍ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ତୁଳସୀ ପ୍ରସାଦ ଶବର ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି କିସର କର୍ମଚାରୀ ଅର୍ଜୁନ ରାଉତ, ଭରତ ଚନ୍ଦ୍ର ପୁଝାରୀ, ତପନ ପାତ୍ର, ନରେନ୍ଦ୍ର ନାଏକ, ଥବିର ନାଏକ, ମାଧବ ଶବର ବବୃବାହାନ ପାତ୍ର, ଘନଶ୍ୟାମ ନାଏକ, କାମାକ୍ଷା ଶବର, ତୀର୍ଥବାସ ପୁଝାରୀ, ପ୍ରେମଲାଲ ଶବର, ଆଏଲି ପୁଝାରୀ ସମେତ ଛାତ୍ରଛାତ୍ରୀଙ୍କ ଅବିଭାବକମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.