ପ୍ରଥମ ଖେଳାଳି ଭାବେ କ୍ରମାଗତ ମ୍ୟାଚରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ କୁମିନ୍ସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ କୁମିନ୍ସ ଇତିହାସ ରଚିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୨ଟି ମ୍ୟାଚରେ ହ୍ୟାଟ୍ରିକ ନେଇ ଏହି ସଫଳତା ହାସଲ କରିଛନ୍ତି । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୁମିନ୍ସ ଏହି ସଫଳତା ଦଳକୁ ବିଜୟୀ କରାଇ ପାରି ନାହିଁ । ଆଫଗାନିସ୍ତାନ ବୋଲର ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପରାଜିତ କରିଛନ୍ତି । ଫଳରେ ଭାରତ ସେମିଫାଇନାଲ ପ୍ରବେଶ ପାଇଁ ଅପେକ୍ଷା କରିବାକୁ ପଡିବ । ପ୍ରଥମେ ବାଂଲାଦେଶ ଏବଂ ପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୁମିନ୍ସ ହ୍ୟାଟ୍ରିକ ୱିକେଟ ଅର୍ଜନ କରିଛନ୍ତି । ୧୮ତମ ଓଭରରେ ଶେଷ ବଲରେ ସେ ରଶିଦ ଖାଁଙ୍କୁ ଆଉଟ କରିଥିଲେ । ଏହା ପରେ ୨୦ ତମ ଓଭରର ପ୍ରଥମ ୨ଟି ବଲରେ କରୀମ ଜନତ ଓ ଗୁଲବଦ୍ଦିନ ନଇବଙ୍କୁ ଆଉଟ କରିଥିଲେ । ଏଥିସହ ସେ ଟି୨୦ ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଟି୨୦ରେ ପ୍ରଥମ ବୋଲର ଭାବେ ୨ଟି ହ୍ୟାଟ୍ରିକ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ଟି୨୦ ବିଶ୍ୱକପରେ ବ୍ରେଟ ଲୀ (୨୦୦୭), କର୍ଟିନ୍ସ କ୍ୟାମ୍ପର (୨୦୨୧), ୱାନିନ୍ଦୁ ହସରଙ୍ଗା (୨୦୨୧), କାଗିସୋ ରାବାଡା (୨୦୨୧), କାର୍ତିକ ମୟପ୍ପନ(୨୦୨୨), ଯୋଶୁଅ ଲିଟିଲ(୨୦୨୨), ପ୍ୟାଟ କମିନ୍ସ (୨ଥର, ୨୦୨୪) ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.