ଆକାଶ ଆନନ୍ଦ ହେଲେ ବିଏସପିର ରାଷ୍ଟ୍ରୀୟ ସଂଯୋଜକ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭଣଜା ପ୍ରକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କଲେ ମାୟାବତୀ । ଆକାଶଙ୍କୁ ପୁଣି ମିଳିଲା ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଆକାଶଙ୍କୁ ଉତ୍ତରାଖଣ୍ଡ ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରାଯାଇଥିଲା । ମାୟାବତୀଙ୍କ ପରେ ଲିଷ୍ଟରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ ରବିବାର ମାୟାବତୀ ଲକ୍ଷ୍ନୌରେ ରାଜ୍ୟର ପ୍ରମୁଖ ନେତାଙ୍କ ସହିତ ଆଲୋଚନା କରିଥିଲେ । ଯେଉଁ ବୈଠକରେ ନିଜେ ଆକାଶ ମଧ୍ୟ ସାମିଲ ହେଇଥିଲେ । ବୈଠକ ପରେ ଆକାଶ ମାୟାବତୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସମୟରେ ମାୟାବତୀଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଅପରିପକ୍ୱ ବୋଲି କହିବା ସହ ତାଙ୍କୁ ଜାତୀୟ ସଂଯୋଜକ ପଦରୁ ମଧ୍ୟ ହଟାଇ ଦେଇଥିଲେ । ଖାଲି ସେତିକି ନୁହେଁ, ସେ ପରିପକ୍ୱ ନହେଲା ପର୍ଯ୍ୟନ୍ତ ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ କରିବାକୁ ବି ସେ ମନା କରିଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.