ଜିଲ୍ଲା କୋର୍ଟରେ ନୂତନ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା କୋର୍ଟ ପରିସରରେ ନୂଆ ଆଇନ ଉପରେ ସଚେତନତା କାର୍ଯକ୍ରମ ଓ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୧ ରୁ ସମଗ୍ର ଭାରତରେ ଲାଗୁ ହେବାକୁ ଯାଉଛି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା -୨୦୨୩, ନାଗରିକ ସଂହିତା -୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ । ଏ ନେଇ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଙ୍ଘ ର ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ଓ ସଂପାଦକ ଦାସଦୀପ୍ତ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ. ନରେନ୍ଦ୍ର କୁମାର ମେହେର ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉପ ସଭାପତି ପ୍ରଫୁଲ୍ଲ ସାହୁ, ବରିଷ୍ଠ ଆଇନଜୀବି ବ୍ୟୋମକେଶ ଦାଶ, ଅଟଳ ମହାପାତ୍ର, ଉପାନନ୍ଦ ପୁରୋହିତ, ଆଦିକନ୍ଦ ପାଣିଗ୍ରାହୀ, ବିନାୟକ ରଥ, ପ୍ରକାଶ ମିଶ୍ର, ସନ୍ତୋଷ ମେହେର, ରାମ ଶଙ୍କର ମେହେର, ବାବୁଲାଲ ଦାଶ, ଦଶରଥ ମାହାଣା ବିବେକା ନନ୍ଦ ମିଶ୍ର, ରତନ ପଟ୍ଟନାୟକ, ଅବକାଶ ମିଶ୍ର, ଦେବେନ୍ଦ୍ର ପର୍ଡିଆ, ଭାସ୍କର ଦାଶ, ବ୍ରଜେନ୍ଦ୍ର ବିଶି, ଅଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.