ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଜିଲ୍ଲା ପରିଷଦ ଜୋନ-୧ ର ୯ଟି ଗ୍ରାମ ପଞ୍ଚାୟତର ବିଜୁ ପରିବାରର ସଦସ୍ୟ ସଦସ୍ୟା ମାନେ ନବ ନିର୍ବାଚିତ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଆଜି ଏକ ଭବ୍ୟ କାର୍ଯକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବେଲଖଣ୍ଡି ଶୈବପୀଠ ପାର୍ଶ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କେସିଙ୍ଗା ଜିଲ୍ଲା ପରିଷଦ ସଦସ୍ୟା ଦୀପାଞ୍ଜଳି ସାହୁ।ବିଧାୟିକାଙ୍କ ସହ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ସଭାପତି, ୱାର୍ଡ ମେମ୍ବର, ବିଜୁ ପରିବାର ସଦସ୍ୟ/ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେସିଙ୍ଗା ବ୍ଲକ ଛାତ୍ର ସଭାପତି ଶୁଭେନ୍ଦୁ ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରମୋଦ ଦାସ, ହେମନ୍ତ ସାହୁ, ଦିଲୀପ ସାହୁ, ଅନିଲ ଦାସ, ଅମିତ କୁମାର ଦାସ, ଗୁଣନିଧି ଗହୀର, ଲୋକେଶ ସାହୁ, ନଳିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ବିଜୁ ପରିବାରର ସଦସ୍ୟଙ୍କ ସହଯୋଗରେ, ଅଞ୍ଚଳବାସୀଙ୍କ ଆଶୀର୍ବାଦରେ ମୁଁ ଆଜି ବିଧାୟିକା ହୋଇପାରିଛି। ଅଞ୍ଚଳର ବିକାଶ ହିଁ ମୋର ମୁଖ୍ୟ କର୍ତ୍ତବ୍ୟ ରହିବ’ ବୋଲି ଏହି ଅବସରରେ କହିଛନ୍ତି ବିଧାୟିକା ମନୋରମା ମହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.