ତାତିରୁ ମିଳିଲା ଆଶ୍ବସ୍ତି : କ୍ଷେତରେ ଚାଷୀ, ଜନତା ଖୁସି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଷାଢ ମାସ ଆରମ୍ଭ ହେଲାଣି ତଥାପି ବର୍ଷାର ଦେଖା ନଥିଲା, କିନ୍ତୁ ଲଘୁଚାପ ବର୍ଷା ଯୋଗୁଁ ୨୪ ଜିଲ୍ଲାରେ ଦୁର୍ବଳ ମୌସୁମୀ ସକ୍ରିୟ ହୋଇ ବର୍ଷା ହୋଇଛି। କିଛି ମାସ ହେଲା ତତଲା ଗରମରେ ଛଟ ପଟ ହେଉଥିବା ଜନ ସାଧାରଣ, ଚାଷୀ, ପିଲା, ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ ସମସ୍ତେ ତାତିରୁ ଆଶ୍ଵସ୍ତି ଲାଭ କରିଛନ୍ତି। ଏହା ପୂର୍ବରୁ ଅସହ୍ୟ ତାତି ଓ ପ୍ରବଳ ଗୁଳୁଗୁଳିରେ ସେମାନେ ବହୁତ କଷ୍ଟ ଅନୁଭବ କରିଥିଲେ। ପାଣିପାଗ ବିଶେଷଜ୍ଞମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡିଶାରେ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଥିଲେ। ମାଲକାନାଗିରିରେ ମୌସୁମୀ ବର୍ଷା ହୋଇ ଦୁର୍ବଳ ହୋଇ ଯାଇଥିଲା। ତେବେ ଏହି ତିନିଦିନରେ ମୌସୁମୀ ସକ୍ରିୟ ହୋଇ ବର୍ଷା ଆରମ୍ଭ ହୋଇଥିଲା। ସେ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିର ଚାଷୀମାନେ ସେମାନଙ୍କ ବର୍ଷକର ଆଦାୟ ପାଇଁ ଚାଷ ଜମିରେ ହଳ, ଲଙ୍ଗଳ ଧରି ଚାଷ କରିବା ସହ ଧାନ ତଳି ପକାଇଛନ୍ତି। ସମସ୍ତଙ୍କ ମୁହଁରେ ହସର ଲହରୀ ଦେଖିବାକୁ ମିଳିଛି। ଯେଉଁ ଗୁଳୁଗୁଳି ଗରମରେ ଜନ ସାଧାରଣ ସାରାଦିନ ଛଟ ପଟ ହେଉଥିଲେ  ସେଥିରୁ ଶାନ୍ତି ମିଳିଛି। ଅନ୍ୟପକ୍ଷରେ ପାଗ ଭଲ ଥିବାରୁ ଛତ୍ର, ଛାତ୍ରୀ ମାନେ ମଧ୍ୟ ସ୍କୁଲକୁ ମନଖୁସିରେ ଯାଇ ପାଠ ପଢ଼ାରେ ଆଗ୍ରହ ପ୍ରକାଶ କରିଛନ୍ତି। ବର୍ଷା ଯୋଗୁଁ ଚାଷୀ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ବହୁତ ଖୁସି ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.