ସୁବର୍ଣ୍ଣପୁର ଜିଲ୍ଲାରେ ତୃତୀୟ ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ୩୦ ତାରିଖ ଜିଲ୍ଲା ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ତୃତୀୟ ଜିଲ୍ଲା ସନ୍ତରଣ ଚମ୍ପିୟାନସିପ ସୁବର୍ଣ୍ଣପୁର ଜିଲ୍ଲା ସୁଇମିଙ୍ଗ ଏସୋସିଏସନ ଦ୍ଵାରା ଆୟୋଜିତ କରାଯାଇଥିଲା । ସକାଳ ୮ଟା ରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଚାରୋଟି ବିଭାଗରେ ବିଭିନ୍ନ ବୟସର ପ୍ରତିଯୋଗୀ ମାନଙ୍କ ପାଇଁ ଫ୍ରୀଷ୍ଟାଇଲ, ବଟରଫ୍ଲାଏ, ବେକଷ୍ଟ୍ରୋକ, ବ୍ରେଷ୍ଟ ଷ୍ଟ୍ରୋକ ଇତ୍ୟାଦି ଇଭେଣ୍ଟ ପାଇଁ ପ୍ରତିଯୋଗିତା କରାଯାଇଥିଲା । ବାଳକ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରୀମାନ ସ୍ବପ୍ନଜିତ ମିଶ୍ର, ଦେବାଂଶ ସାହୁ, ବିକ୍ରମ ବାଗ, ଶୀଧେଶ୍ୱର ବାଗ, ମହାଦେବ ଜଗଦଳା, ଆଦ୍ୟାଶମାନ ମେଣ୍ଡଲି ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବାଳିକା ବିଭାଗରେ ଗେଟେରୀ ବାଗ, ରୁକ୍ମୁଣୀ ନାଗ, ଦମୟନ୍ତୀ ସୁନା, ଶିବାନୀ କୁଶଳ, ସରସ୍ବତୀ ବେହେରା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସନ୍ତରଣ ଏସିସିସନର ସମ୍ପାଦକ ଶ୍ରୀଯୁକ୍ତ ଜୟନାରାୟଣ ମେଣ୍ଡଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରିଜର୍ଭ ଇନିସ୍ପେକ୍ଟର ଶ୍ରୀ ସରୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେଏହି ସଭାରେ ସୁଇମର ତଥା ବରିଷ୍ଠ ସଦଶ୍ୟ ସୁରଜ ବାଗ, ଦିନେଶ ମିଶ୍ର, ବିଦ୍ୟାଧର ମିଶ୍ର, ସଭାପତି ପ୍ରଦୀପ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏସୋସିଏସନର ସଦଶ୍ୟ ଶ୍ରୀ ଦିଗାମ୍ବର ଶତପଥୀ ସଭା ପରିଚଳନା କରିଥିଲେ । ଅନ୍ୟାନ୍ୟ ସଭ୍ୟ ମନୋରଞ୍ଜନ ମିଶ୍ର, ବିଶ୍ୱରଂଜନ ଦଳାଇ, ପ୍ରକାଶ ମେହେର ସହଯୋଗ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ କୁମାର ପାଣ୍ଡେ ଏବଂ ନିମାଇଁ ବାଗଙ୍କ ତତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଶ୍ରେଷ୍ଠ ଟାଇମର ମାନେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ୬୪ ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୧୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଶତାଧିକ ଦର୍ଶକ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.