ନର୍ଲାରୋଡ଼ରେ ବାବା ବଳିଆଙ୍କ ଧର୍ମ ସଚେତନତା ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ହୋଟେଲ ବିକ୍ରମ ଠାରେ ନର୍ଲାରୋଡ ଶିଶୁ ଅନନ୍ତ ଆଶ୍ରିତ ପରିବାର ତରଫରୁ ବାବା ବଳିଆଙ୍କ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏବେ ପୃଥିବୀ ପୃଷ୍ଠରୁ ପରିବେଶ ପରିସମାପ୍ତି ହେବାକୁ ବସିଥିବା ବେଳେ ଗଣତନ୍ତ୍ର ମଧ୍ୟ ସୁରକ୍ଷିତ ନୁହଁ। ଆଉ ଧର୍ମର ପ୍ରକୃତ ମୂଲ୍ୟବୋଧକୁ ହୃଦବୋଧ ନକରି ମଣିଷ ସମାଜ ବିପଥଗାମୀ। ଧିରେ ଧିରେ ପାଶ୍ଚାତ୍ୟ ସଭ୍ୟତା ଭାରତୀୟ ସଂସ୍କୃତି, ପରମ୍ପରାକୁ କବଳିତ କରିବାରେ ଲାଗିଛି। ମାନବ ଧର୍ମରୁ ଦୁରେଇ ଯାଇ ଅଧର୍ମ କାର୍ଯ୍ୟରେ ଲିପ୍ତ ରହୁଛି କଳିଯୁଗର ମଣିଷ। ଏଣୁ ମାନବ ସମାଜକୁ ଧର୍ମ ଦିଗରେ ପରିଚାଳିତ କରି ଦେଶରେ ରାମରାଜ୍ୟ ସୃଷ୍ଟି କରିବା ନିମନ୍ତେ ଦେଶର ସାଧୁ ସନ୍ଥ ମାନେ ବ୍ରତୀ ହେଇଛନ୍ତି। ଏହି କ୍ରମରେ ପରିବେଶ ସୁରକ୍ଷା, ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଧର୍ମ ଜାଗରଣ ପାଇଁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଶିଶୁ ଅନନ୍ତ ଆଶ୍ରମର ସଂସ୍ଥାପକ ସମାଜ ସଂସ୍କାରକ ବାବା ବଳିଆ ନର୍ଲାରୋଡରେ ଧର୍ମ ସଚେତନତା ସଭାକରି ମାର୍ଗ ଦର୍ଶନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରବିବାର ଓ ସୋମବାର ଦୁଇଦିନ ଧରି ଚାଲିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାବା ବଳିଆ  ପ୍ରବଚନ ଦେଉଥିବା ବେଳେ ତାଙ୍କ ସହଯୋଗୀ ଭକ୍ତ ତିର୍ତ୍ତୋଲ ଆଶ୍ରମରୁ ଆସିଥିବା ସଞ୍ଜୟ ଭାଇ, ମଣ୍ଟୁ ଭାଇ, କାଳିଆ ଭାଇ, ଗୋପାଳ ଭାଇ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟା ୭ ଟା ରୁ ରାତି ୯ ଟା ଯାଏଁ ବଳିଆ ବାବାଙ୍କ ସଚେତନତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ଆସନ୍ତାକାଲି ସୋମବାର ମଧ୍ୟ ଠିକ ଏହି ସମୟରେ ପ୍ରବଚନ ଚାଲିବ ବୋଲି ଆୟୋଜକ ସମିତି ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ନର୍ଲାର ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ଵାଲସିଙ୍ଗା ଗ୍ରାମ ପଞ୍ଚାୟତର ଗୋପୀନାଥପୁରର ସଙ୍କୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ନର୍ଲାରୋଡ ଶିଶୁ ଅନନ୍ତ ଆଶ୍ରିତ ପରିବାରର ସଦସ୍ୟ ବୈକୁଣ୍ଠ ସାହୁ, ଚିନ୍ତାମଣି ସାହୁ, ବିକ୍ରମ ସାହୁ, ରବୀନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ଗିଗୁଡାର ସ୍ଵେଚ୍ଛାସେବୀ ଅଜୟ ନାଏକ, ଯୁବନେତା ସରୋଜ ବୁଦ୍ଧିଆ, ନର୍ଲାରୋଡର ରମେଶ ମହାରଣାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଏଥିରେ ଉପସ୍ଥିତ ରହି ବଳିଆ ବାବାଙ୍କ ସଚେତନତା ଧର୍ମୀ ପ୍ରବଚନ ଶୁଣିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.