ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମ୍ବାଦିକଙ୍କ ପ୍ରତି ଆକ୍ରୋଶର ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଙ୍ଗଠନ। ସୋନପୁରର ପ୍ରଭାସ ଲଜ ଠାରେ ରବିବାର ଉଭୟ ଜିଲ୍ଲାର କିଛି ସାମ୍ୱାଦିକ ମାନଙ୍କ ଏକ ବନ୍ଧୁ ମିଳନ ହୋଇଥିଲା। ପରେ ପରେ ସୋନପୁର ଥାନା ଆଗରେ ଆଜି ଉଭୟ ଜିଲ୍ଲାର ସାମ୍ୱାଦିକ “ସାମ୍ୱାଦିକ ଙ୍କ ସୁରକ୍ଷା ଆଇନ” ଉପରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ରଘୁନନ୍ଦନ ସିଂ, ମହେନ୍ଦ୍ର ଦର୍ଜି, ରାଜ କିଶୋର ପର୍ଡିଆ, ଦେବେନ୍ଦ୍ର ବାରିକଙ୍କ ସମେତ ସୁବର୍ଣ୍ଣପୁରର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ପୀତାମ୍ବର ମହାପାତ୍ର, ମହାଦେବ ମଲ୍ଲିକ, ରାଜ କିଶୋର ତ୍ରୀପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅର୍ଗସ ମହିଳା ସାମ୍ବାଦିକଙ୍କ ନିକଟକୁ କୁକୁର ଛାଡି ଆକ୍ରମଣ ଘଟଣାର ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି ଉଭୟ ଜିଲ୍ଲାର ଜିଲ୍ଲାର ବରିଷ୍ଠ ତଥା କାର୍ଯ୍ୟକାରୀ ସାମ୍ବାଦିକ। ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ପ୍ରାକ୍ତନ ମନ୍ତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ପୁଣି ସରକାରଙ୍କୁ ସ୍ଵର ଉତ୍ତୋଳନ କରି ଦାବି କରିଛନ୍ତି।