ମ.ରାମପୁର ବିଜୁ ପରିବାର ତରଫରୁ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କୁ ମ.ରାମପୁର ବିଜେଡ଼ି ପରିବାର ତରଫରୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ମ.ରାମପୁର ବିଜେଡ଼ି ସଭାପତିଙ୍କ ଅଧ୍ୟକ୍ଷତାରେ ମ.ରାମପୁର ରାମେଶ୍ବର ମହାଦେବ ଶୈବପୀଠରେ ଅନୁଷ୍ଠିତ ଏହି ସମ୍ୱର୍ଦ୍ଧନା ସଭାରେ ନବ ନିର୍ବାଚିତ ବିଧାୟିକାଙ୍କ ସମେତ ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ରାଜ୍ଯ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, ମ.ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା, ମହିଳା ସଭାନେତ୍ରୀ ମଞ୍ଜୁଲତା ଧରୁଆ, ଦୁଇ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ସଭାପତି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିଜେଡ଼ି ସୁପ୍ରିମୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଦେଇଥିବା ନାରା ମାଆକୁ ସମ୍ମାନ ଗାଁକୁ କାମ ନାରାକୁ ସାର୍ଥକ କରି ନର୍ଲାରେ ପ୍ରଥମ କରି ଜଣେ ମହିଳାଙ୍କୁ ଟିକେଟ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ବିଜୁ ପରିବାରର ସଦସ୍ୟ ବୃନ୍ଦ, ନିର୍ବାଚିତ ଲୋକ ପ୍ରତିନିଧିମାନେ ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ମ.ରାମପୁରର ବିକାଶ ପ୍ରତି ଗୁରୁତ୍ଵ ଦେବାପାଇଁ ବିଧାୟିକା ଶ୍ରୀମତୀ ମହାନ୍ତିଙ୍କୁ ଅନୁରୋଧ କରିଥିଲେ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକର ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଭ୍ୟ/ସଭ୍ୟା, ମ.ରାମପୁର ବିଜୁ ପରିବାରର ସଦସ୍ୟ/ସଦସ୍ୟା, ମିଶନ ଶକ୍ତିର ମହିଳା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ବିଜେଡ଼ି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମୋ ଉପରେ ଭରସା କରି ମୋତେ ଏତେବଡ ଦାୟୀତ୍ବ ଦେଇଛନ୍ତି। ଏଣୁ ସ୍ଥାନୀୟ ବ୍ୟକ୍ତି ଭାବରେ ଅଞ୍ଚଳର ବିକାଶ ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ବିଧାୟିକା ମନୋରମା ମହାନ୍ତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.