ରାହୁଲ ଗାନ୍ଧୀ ଜଣେ ଆତଙ୍କବାଦୀ -ରାମଦାସ ଆଠୱାଲେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୃହରେ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ। ରାହୁଲ କହିଥିଲେ ଯେ, ନିଜକୁ ହିନ୍ଦୁ ବୋଲି କହୁଥିବା ଲୋକମାନେ ହିଂସା ଓ ଘୃଣା ପ୍ରଚାର କରୁଛନ୍ତି। ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଆଠୱାଲେଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଥିଲେ ଯେ, “ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ, ସେ ନିଜେ ଜଣେ ଆତଙ୍କବାଦୀ। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦୋଷ ଦେବା ଭୁଲ। ରାହୁଲ ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛନ୍ତି।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.