ସିନାଙ୍ଗଭଟା ଓ ଖଇରମାଳଠାରେ ୭୫ତମ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଭଟ୍ଟାଙ୍ଗପଦର ସେକ୍ସନର ସିନାଙ୍ଗଭଟା ବନ ସୁରକ୍ଷା ସମିତି ଗୃହ ଠାରେ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରମାଳ ଠାରେ ଚଳିତବର୍ଷ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଉର୍ମିଳା ଯାନୀ ଏବଂ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ତିଲୋତମା ଜାଲ, ଭଟାଙ୍ଗପଦର ସେକ୍ସନର ବନପାଳ ଭାଗବତ ବେହେରା, ବନରକ୍ଷୀ ବିଷ୍ଣୁ ଚରଣ ପାଢ଼ୀ, ବନରକ୍ଷୀ ମାନସ ସାହୁ ଏବଂ ବନରକ୍ଷୀ ମାନସ ବିଶ୍ୱାଳ ତଥା ସିନାଙ୍ଗଭଟା ବ.ସ.ସ. ସଭାପତି ଝସକେତନ ଜାଲ, ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଉଦ୍ଧେଶ୍ୟ ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଏବଂ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ସୁବାସ ଚନ୍ଦ୍ର ନାଏକ, ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.