ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ କୋକସରାର ବାର୍ଷିକ ଉତ୍ସବ ଭବାନୀପାଟଣା ସ୍ଥିତ ବ୍ଲକ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ସାହିତ୍ୟିକ ରମାକାନ୍ତ ସିଂହ ସାହାଣୀଙ୍କୁ ‘ଯୁବ ପ୍ରତିଭା’ ସମ୍ମାନରେ ସମ୍ମାନୀତ କରାଯାଇଛି। ଶ୍ରୀ ସାହାଣୀ ଜଣେ ସୁଲେଖକ। କବିତା, ଗଳ୍ପ, ପ୍ରବନ୍ଧ,ନିବନ୍ଧ ଲେଖିବା ତଥା ନୃତ୍ୟ, ଗୀତ, ବାଦ୍ୟ, ଅଭିନୟ, ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ ସେ ସଙ୍ଗମ ମାସିକ ଅନଲାଇନ ପତ୍ରିକା ତଥା ମା ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ଡିର ସୁଯୋଗ୍ୟ ସମ୍ପାଦକ। ସମ୍ପ୍ରତି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଅଟନ୍ତି। ତେବେ କାର୍ଯ୍ୟକ୍ରମରେ ମୋହନ ଚରଣ ବିଶି ଅଧ୍ୟକ୍ଷତା କରିଥିବାବେଳେ, ଇଂ. ଜଗଦୀଶ ମିଶ୍ର ମୁଖ୍ୟ ଅତିଥି, ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ଗଣ ସମ୍ମାନୀତ ଅତିଥି ଭାବରେ ହୋଇଥିଲେ। ଏ ପରିପ୍ରେକ୍ଷୀରେ ଅନେକ ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ଅନୁଷ୍ଠାନର ସମ୍ପାଦକ ରିକ୍ଷୀରାମ ମେହେରଙ୍କ ପୁସ୍ତକ “ଚେତନାର ସ୍ୱର” ଉନ୍ମୋଚିତ ହୋଇଥିଲା।




