ଭୁତ ସରସିଂ ହାଇସ୍କୁଲରେ ବନ ମହୋତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଭୂତସରସିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ଦଳାଇଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସେସନ ସିଭିଲି କୋର୍ଟ ଜର୍ଜ ତଥା ତାଳୁକା ଲିଗାଲ ସର୍ଭିସ କମିଟି ସଭାପତି  ଶରତ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଜେଏମଏଫସି କୋର୍ଟର ଜର୍ଜ ପୂଜା ପ୍ରିୟଦର୍ଶିନୀ ପତି, ମୁଖ୍ୟ ବକ୍ତା ଭାବେ ପୁରୁଷୋତ୍ତମପୁର ଓକିଲ ସଙ୍ଘ ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀ, ପୁରୁଷୋତ୍ତମପୁର କୋର୍ଟର ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସ୍ୱଳ୍ପ ବୃଷ୍ଟି ସହିତ ପରିବେଶର ସନ୍ତୁଳନ ଏବଂ ଅମ୍ଳଜାନର ଅଭାବକୁ ପୂରଣ କରିବା ଓ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ନିମିତ୍ତ ବୃକ୍ଷ ହିଁ ଏକମାତ୍ର ଭରଷା ବୋଲି ମତ ପ୍ରକାଶ ପାଇଛି। ପୁରୁଷୋତ୍ତମପୁର କୋର୍ଟର ବରିଷ୍ଠ ଓକିଲ ତଥା ସ୍କୁଲର ସଭାପତି ବାସୁଦେବ ଜେନା, ପ୍ରଭାତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଗୌଡ଼, ପ୍ରଭାତ କୁମାର ଦାସ, ଅଶୋକ କୁମାର ମହାଙ୍କୁଡ,  ସଦାଶିବ ପଣ୍ଡା, ଅକ୍ଷୟ କୁମାର ବେହେରା, ଅମରେଶ ତ୍ରିପାଠୀ, ପୁରୁଷୋତ୍ତମପୁର ବନବିଭାଗର ଫରେଷ୍ଟର, ପ୍ରଦୀପ କୁମାର ପଣ୍ଡା, ଶୀତୁନ୍ କୁମାର ପାଣିଗ୍ରାହୀ, ମନୋଜ ସେଠୀ, ଲିଜା ନାୟକ ଫରେଷ୍ଟ ଗାର୍ଡ, ଶରତ ପାଇକ ଫରେଷ୍ଟ ଗାର୍ଡ, ଚିନ୍ମୟ ନାୟକ ସ୍କ୍ୱାଡ଼, ଭୂତସରସିଂ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜଗନ୍ନାଥ ଜେନା, ଶିକ୍ଷୟତ୍ରୀ କବିତା ପାତ୍ର, ଉଷାରଣୀ ରଥ ଓ ଅନ୍ୟ ସଦସ୍ୟ, ସମସ୍ତ ସହକାରୀ ଶିକ୍ଷକଶିକ୍ଷୟିତ୍ରୀ, ବିଦ୍ୟାଳୟ, ଏବଂ ବିଦ୍ୟାଳୟର ପାଚିକା ମାନେ ଉପସ୍ଥିତ ରହି ସହଯୋଗ  କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.