ଟିଟିଲାଗଡ,୧୨/୭ : ପଲିଥିନ ଓ ପ୍ଲାଷ୍ଟିକ ପରିବେଶ ପାଇଁ କ୍ଷତିକାରକ । ସରକାର ସଚେତନତା ଓ ବିଭିନ୍ନ ମାଧ୍ୟମରେ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ଟିଟିଲାଗଡ ଠାରେ ପୌର ପରିଷଦ ପକ୍ଷରୁ ମଧ୍ୟ ପଲିଥିନ ମୁକ୍ତ ଟିଟିଲାଗଡ ଗଠନ କରିବା ର ମହାନ ଉଦ୍ଦେଶ୍ୟ ନେଇ ଆଜି ଏକ ସଚେତନତା ରେଲି କରାଯାଇଥିଲା ।
ଉକ୍ତ ରେଲି ଟିଟିଲାଗଡ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରୁ ବାହାରି ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ସହିତ ବର୍ଜନ କରିବାର ବାର୍ତ୍ତା ନେଇ ବିଭିନ୍ନ ପ୍ରକାର ନାରା ଦେଇ ନଗର ପରିକ୍ରମା କରିଥିଲେ ।
ଏହି ସଚେତନତା ରେଲି ରେ ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ନାଗଙ୍କ ନେତୃତ୍ଵରେ ପୌର ପରିଷଦ ସଦସ୍ୟ ମଣ୍ଡଳୀ, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା,ଯୁବ ବର୍ଗ,ବୁଦ୍ଧିଜିବୀ ତଥା ଟିଟିଲାଗଡ ର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ପଲିଥିନ ମୁକ୍ତ ଟିଟିଲାଗଡ ଗଠନ ରେଲି କୁ ସାଫଲ୍ଯ କରିଥିଲେ ।