ମହେନ୍ଦ୍ର ପ୍ରସାଦ ଦାଶଙ୍କ ସ୍ମୃତି ଚାରଣ ସଭା

ଖଇରା,୧୨/୭-ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ହରିପୁର ପଞ୍ଚାୟତ ଦିଘୀ ଗ୍ରାମରେ ମହେନ୍ଦ୍ର ପ୍ରସାଦ ଦାଶଙ୍କର ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରତିକାନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସେ ଜଣେ ଆଦର୍ଶ ଶିକ୍ଷକ, ପରୋପକାରୀ,ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ତାଙ୍କ ବକ୍ତବ୍ଯରେ କହିଥିଲେ । କବି ରାଧାଶ୍ଯାମ ପଣ୍ଡା ସ୍ବର୍ଗତ ଦାଶଙ୍କର କବିତା ମାଧ୍ଯମରେ ଗୁଣଗାନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଉମେଶ ଚନ୍ଦ୍ର ନାୟକ,ଶତ୍ରୁଘ୍ନ ଦାସ,ପ୍ରଭାସ ଚନ୍ଦ୍ର ବେଜ,ଭାଗବତ ପଣ୍ଡା, କୃଷ୍ଣ ଚନ୍ଦ୍ର ଜେନା,ବାବାଜି ନାୟକ,ମଧୁସୂଦନ ସାହୁ,ରତ୍ନମଣୀ ରାଉତ,ନାରାୟଣ ଚନ୍ଦ୍ର ପଣ୍ଡା,ଚିନ୍ତାମଣି ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଜେନା,ରାମଚନ୍ଦ୍ର ନାୟକ,ସୁପ୍ରଭା ଦାଶ,ଦେବାଶିଷ ଦାଶ,ଉମାକାନ୍ତ ଶତପଥି, ସମ୍ଭୁନାଥ ପଣ୍ଡା, ପ୍ରଦୀପ କୁମାର ସିଅ,ବସନ୍ତ ବିଶ୍ବାଳ,ହରିହର ପଣ୍ଡା,ସୁରେନ୍ଦ୍ର ବଳବନ୍ତରାୟ,ଭୀକାରି ଚରଣ ଦାସ,ଅଜାମ୍ବିଳ ବେହେରା, ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଶ୍ରଦ୍ଧା ସମ୍ମାନ ଅର୍ପଣ କରି ତାଙ୍କର ଗୁଣଗାନ କରିବା ସହିତ ସେ ଜଣେ ଏକାଧାରରେ ଆଦର୍ଶ ଶିକ୍ଷକ, ଜନପ୍ରିୟ ସମାଜସେବୀ ଓ ସଭିଙ୍କର ଆପଣାର ମଣିଷ ଥିଲେ ବୋଲି ଅଭିହିତ କରିବା ସହ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ଅପୂରଣୀୟ ବୋଲି ମତବ୍ଯକ୍ତ କରିଥିଲେ ।

ଏଠି କ୍ଲିକ୍ କରି ଖବର ଓ ବିଚାର ପଢ଼ନ୍ତୁ ଫେସବୁକରେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.