ଖଇରା,୧୨/୭- ବାହାଘର ପରେ ସୁଖରେ ସଂସାର କରିବାକୁ ଏଲିନା ବହୁ ଆଶା ପ୍ରକଟ କରିଥିଲେ । ବାହାଘରର କିଛିଦିନ ପର୍ଯ୍ୟନ୍ତ ପରିବାର ତାଙ୍କର ସୁଖରେ ଚାଲିଥିଲା । ମାତ୍ର ବିବାହର କିଛିଦିନ ପରେ ପରିବାରରେ ମାଡିଆସିଲା କଳାବାଦଲ । ଏହି କିଛିଦିନ ହେବ ଅଭିଜିତ ପଣ୍ଡା (୩୨) କିଡନୀ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ଯ କିଛି ସୁଫଳ ମିଳି ପାରୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର କିଡନୀ ଆଉଥରେ ପ୍ରତିରୋପଣ କରାଯିବ ।
ପ୍ରକାଶ ଥାଉକି, ୨୦୧୩ ମସିହାରେ ଅଭିଜିତ କିଡନୀ ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କର ନିଜ ଖୁଡିଙ୍କ ଠାରୁ ଗୋଟିଏ କିଡନୀ ଅଣାଯାଇ ପ୍ରତିରୋପଣ କରାଯାଇଥିଲା । ୫ ବର୍ଷ ଠିକ୍ ଠାକ୍ ଚାଲିବାପରେ ପୁଣି ସେହି କିଡନୀଟି ଖରାପ ହେବାରୁ ଆଉଥରେ ପ୍ରତିରୋପଣ କରାଯିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଘରେ ଯାହା ଅର୍ଥ ଥିଲା ସେହି ଅର୍ଥକୁ ବିନିଯୋଗ କରି ସେ ଥରେ କିଡିନ୍ ପ୍ରତିରୋପଣ କରିଥିଲେ । ମାତ୍ର ଏବେ କିଡନୀ ପ୍ରତିରୋପଣ କରିବା ତାଙ୍କ ପାଇଁ ସ୍ବପ୍ନ ହୋଇଯାଇଛି । ଯଦି କେହି ଵଦାନ୍ଯ ବ୍ଯକ୍ତି ବା ସରକାର ଆର୍ଥିକ ସହାୟତାର ହାତ ବଢାନ୍ତି ତେବେ ଅଭିଜିତ ପୁନର୍ଜନ୍ମ ପାଇବେ ବୋଲି ପରିବାର ଲୋକଙ୍କର ଆଶା ରହିଛି । ଅଭିଜିତର ୨୦ ଦିନର କନ୍ଯାଟିଏ ଅଛି । ସନ୍ତାନ ତଥା ସ୍ବାମୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ଅଭିଜିତର ଘର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବର୍ତ୍ତମାନ ପଞ୍ଚାୟତ ବର୍ତ୍ତମାନ ଗ୍ରାମରେ ।
ଯଦି କେହି ବଦାନ୍ୟ ବ୍ଯକ୍ତି ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି, ମୋବାଇଲ ନଂ-7894665396 (ଫୋନ୍ ପେ’, ଗୁଗଲ୍ ପେ’, ଭିମ୍ ଆପ୍) କିମ୍ବା ଏସବିଆଇ କୁପାରୀ ଶାଖା, ଆଇଏଫଏସ କୋଡ-SBIN0006129, ଅଭିଜିତ ପଣ୍ଡା, ଏକାଉଣ୍ଟ ନଂ-37575653350 ରେ ପଠାଇ ପାରିବେ ।