କାମ୍ ସରଲା ମୋର୍, ଭଗୁଆ ସକଲ ତର୍

କଳାହାଣ୍ଡି,୧୨/୭ : (ନବିନ କିଶୋର ସାହୁ) କାମ ସରିଲା କିନ୍ତୁ କାର୍ଯ୍ୟରେ ବ୍ୟବହୃତ ମୁରୁମ ରାସ୍ତା ଉପରେ ଗଦା ହୋଇପଡିଥିବା ବେଳେ ଏହାକୁ ନଉଠାଇ ଠିକାଦାର ଛୁ । ଯାତାୟତ କରିବା ସମୟରେ  ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଏପରି ଏକ ଦାଇତ୍ବ ହିନତା ଚିତ୍ର ଦେଖିବାକୁ ମିଳିଛି ରିଞ୍ଜା ସରବରା ଯୋର୍ ରେ । ସୂଚନା ଯୋଗ୍ୟଯେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ସରବରା ଯୋର ର ଗାଡୱାଲ ଓ ବ୍ରିଜ ଗତ ବର୍ଷ ବର୍ଷା ରେ ଭାଙ୍ଗି ଯାଇଥିଲା । ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତାର ସହ ଗାଡୁଏଲ ମରାମତି କାର୍ଯ୍ୟ ଆରମ୍ଭ କରାଇଥିଲା । କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ମଝିରେ ମୋରମ ଗଦା ହୋଇଛି ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ରିଞ୍ଜା, ରେଗେଡା, ଵୋରପଦର, ଯୋରାଡଵ୍ରା, ସାପଲହରା ପଞ୍ଚାୟତଦେଇ ସ୍କୁଲ ଛାତ୍ରଛାତ୍ରୀ, ସଦର ବ୍ଲକରେ କାମ ପଡ଼ୁଥିବା ଲୋକ ଏହି ରାସ୍ତା ଦେଇ ଗଲାବେଳେ ବ୍ରିଜ ଉପରେ ମୋରମ ଗଦା ହୋଇ ଥିବା ଯୋଗୁ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ଆସୁଛି । ଏ ବିଷୟରେ ଅଧିକ ସୂଚନା ପାଇବା ପାଇଁ ବିଭାଗିୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗାଯୋଗ କରିଵାରୁ ଫୋନ ସୁଇଚ ଅପ୍ ହୋଇଥିଲା।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.