ନୂଆପଡା : କୋମନା ବ୍ଲକ ଅନ୍ତର୍ଗତ ଜାଡାମୁଣ୍ଡା ଗାଁ ର କିଛି ଛାତ୍ର ଚଳିତ ବର୍ଷ ସେଣ୍ଟର କୁରେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଟ୍ରିକ ପରୀକ୍ଷା ଦେଇ ଥିଲେ । କିନ୍ତୁ ଶିକ୍ଷା ବିଭା ର କଡା ନିୟମାବଳି ରେ କିଛି ବିଶୃଙ୍ଖଳା ପାଇଁ ଜାଡାମୁଣ୍ଡା ଗାଁର ପରୀକ୍ଷାର୍ଥୀ ଜିତୁ ଅହୀର, ଯୁବରାଜ ହଂସ, ନିରୋଜ ପୋଢ଼, ନବୀନ ମାଝୀ, ଉଗ୍ରେସନ ମାଝୀ, ଧନେଶ୍ୱର ଅହୀର ଏବଂ ଅନ୍ୟ କେତେ ଜଣଙ୍କ ମେଟ୍ରିକ ପରୀକ୍ଷା ଫଳ ବାତିଲ ହୋଇଛି ।
ଉକ୍ତ ଛାତ୍ର ସବୁ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କୁ ଗୁରୁବାର ସାକ୍ଷାତ କରିଥିବା ବେଳେ ଶ୍ରୀ ଭୋଇ ପରୀକ୍ଷାର୍ଥୀଙ୍କୁ ଜଣାଇଦେଲେ ଯେ ସେ କିଛି ଦିନ ତଳେ ଉକ୍ତ ଛାତ୍ରଙ୍କର ସ୍ଥଗିତ କାର୍ଯ୍ୟ ପ୍ରଣାଳୀ କୁ କାର୍ଯ୍ୟକାରୀ କରିସାରିଛନ୍ତି ଏବଂ ଆଉ ଗୋଟିଏ ସପ୍ତାହ ରେ ପରୀକ୍ଷା ଫଳ ଆସିଯିବ ।