ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଉଛି ୩୦ରୁ ଦ୍ବି-ଦିବସୀୟ ତୃତୀୟ ଜାତୀୟ ଅନୁବାଦକ ସମ୍ମିଳନୀ

ଯୋଗ ଦେବେ ୧୦ ରାଜ୍ୟର ୫୨ ଅନୁବାଦକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ଅନୁବାଦ ସାହିତ୍ଯର ମିଳିତ ସହଯୋଗରେ ଆୟୋଜିତ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ତୃତୀୟ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଅନୁଷ୍ଠିତ ଯାଉଛି। ଏହା ଚଳିତ ମାସ ୩୦ ତାରିଖରେ ଆରମ୍ଭ ହୋଇ ୧ ଅକ୍ଟୋବରରେ ଉଦଯାପିତ ହେବା ନେଇ ଆୟୋଜକ, ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ଦୁଇଦିନିଆ ସମ୍ମିଳନୀରେ ୧୦ଟି ରାଜ୍ଯର ୫୨ ଜଣ ଅନୁବାଦକ ଯୋଗଦାନ କରିବେ।

ଏଥିସହ ଭାରତୀୟ ଅନୁବାଦ ସାହିତ୍ଯ ସମ୍ମାନ ପୁରସ୍କାର, ଓଡିଶାର ପ୍ରଫେସର ବିଜୟ କୁମାର ମହାନ୍ତି ଓ ଆସାମର କବିତା ଦତ୍ତ ଗୋସ୍ବାମୀଙ୍କୁ ପ୍ରଦାନ କରାଯିବ। ଏଥିରେ ଆୟୋଜିତ ୧୦ଟି ଅଧିବେଶନରେ ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ କରାଯିବାସହ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦ଟି ଗଳ୍ପର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପିତ ହେବ। ଏହି ଅବସରରେ ୨୫ ଜଣ ଓଡ଼ିଆ ଯୁବ କବିଙ୍କ ହିନ୍ଦୀ ଅନୁବାଦ କବିତା ସଂକଳନକୁ ପାଠକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ମିଳନୀର ପ୍ରମୁଖ ଆଭିମୁଖ୍ଯ ଅନ୍ତର୍ଗତ ଆୟୋଜିତ ଅଧିବେଶନ ଗୁଡିକର ଆଲୋଚ୍ୟ ବିଷୟ କ୍ରମେ, ଅନୁବାଦ ଓ ଅନୁବାଦ ଅଧ୍ୟୟନରେ ପ୍ରଯୁକ୍ତିର ପ୍ରଭାବ, ଅନୁବାଦ ତଥା ଅନୁବାଦକର ସମସ୍ୟା-ସାମର୍ଥ୍ଯ ଓ ସମ୍ଭାବନା, ଫକୀରମୋହନଙ୍କ ସାହିତ୍ଯ କୃତିର ଅନୁବାଦ, ପ୍ରଭାଭଶାଳୀ ଅନୁବାଦ ସାହିତ୍ଯକୁ ସମୃଦ୍ଧ କରେ, ବହୁଭାଷୀ ଅନୁଦିତ କାବ୍ଯପାଠ, ଅନୁବାଦ ପ୍ରକ୍ରିୟା ଓ ସୃଜନଶୀଳତାର ଉପଯୋଗ ତଥା ସାହିତ୍ଯ ଅନୁବାଦ: ବିଶ୍ବାୟନ ପରିପେକ୍ଷୀରେ ସାଂସ୍କୃତିକ ସେତୁ ନିର୍ମାଣ ଇତ୍ୟାଦିକୁ ସ୍ଥାନିତ କରାଯାଇଛି। ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.