ବିନା ଡାକ୍ତରରେ ଚାଲିଛି ମେଣ୍ଡା ଡାକ୍ତରଖାନା, ଡୁଙ୍ଗୁରୀପାଲି ଡାକ୍ତରଖାନାରେ ଡାକ୍ତର ଅଭାବ

ସୋନପୁର,୧୩/୭ : ମେଣ୍ଡା ଡାକ୍ତରଖାନା ଉପରେ ମେଣ୍ଡା, ରାଣିସର୍ଡା ଗ୍ରାମ ପଞ୍ଚାୟତ, ପାଇକବାହାଲ ଗ୍ରାମ ପଞ୍ଚାୟତ ସମେତ ପ୍ରାୟ ୨୫ ହଜାର ଲୋକ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ଶହଶହ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇ ମେଣ୍ଡାଠାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କିମ୍ବା ସୋନପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଦିନ ମଜୁରିଆ ଭାବେ କାମ କରୁଥିବା ଲୋକମାନେ ବହୁତ ଖର୍ଚ୍ଚାନ୍ତ ହୋଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ କରି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଡାକ୍ତର ଅଭାବ ଯୋଗୁଁ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଜଣେ ମହିଳା ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି । ତାଙ୍କ ଭରସାରେ ଡାକ୍ତରଖାନାଟି ଚାଲିଛି । ଆଜକୁ ୩୪ ବର୍ଷ ହେଲା ଏହି ଡାକ୍ତରଖାନାଟି ସ୍ଥାପିତ ହୋଇଥିଲେ ହେଁ ଆଜକୁ ପ୍ରାୟ ୫ ବର୍ଷ ହେଲା ଡାକ୍ତର ଅଭାବ ଦେଖା ଦେଇଥିବାରୁ ରୋଗୀମାନଙ୍କର ଦୁର୍ଦଶା ବଢିଯାଇଛି । ସ୍ଥାନିୟ ଅଞ୍ଚଳବାସୀ ବାରମ୍ବାର ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଠିକ ସେହିପରି ଡୁଙ୍ଗୁରୀପାଲି ଡାକ୍ତରଖାନା ରେ ମଧ୍ୟ କମ ଡାକ୍ତର ଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଡୁଙ୍ଗୁରୀପାଲି ଡାକ୍ତରଖାନା ରୁ ଦୁଇ ଡାକ୍ତରଙ୍କୁ ବଦଳି କରାଯାଇଥିଲେ ହେ ସେଠାରେ ଆବଶ୍ୟକ ଡାକ୍ତର ଦିଆଯାଇନାହିଁ । ଫଲରେ ଡୁଙ୍ଗୁରୀପାଲି ବ୍ଲକ ରେ ମଧ୍ୟ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଜିଲା ପ୍ରଶାସନ ଏହି ଡାକ୍ତରଖାନା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଡାକ୍ତର ନିଯୁକ୍ତି କରିବା ପାଇଁ ଅଞ୍ଚଳବାସୀ ତରଫରୁ ଦାବି ହେଉଛି ।

Omkar Vasthu
Omkar Vasthu

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.