ବିଦେଶୀ ମଦ ଦୋକାନରେ ଚଢା ଦରରେ ବିକ୍ରି ହେଉଛି ଜାତି ଜାତିକା ମଦ, ବଢୁଛି ଗ୍ରାହକ ଅସନ୍ତୋଷ

ନୀରବ ପ୍ରଶାସନ : ଜାଣି ଅଜଣା ଅବକାରୀ ବିଭାଗ !

ସୋନପୁର,୧୪/୭ : ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ମଦ ଦୋକନରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ୍ ରେ ମଦ ବିକ୍ରି କରାଯାଉଥିବା ଜଣାପଡିଛି । ପ୍ରତିବାଦ କଲେ ମଦ କାଉଣ୍ଟରରେ ବସିଥିବା ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିମାନେ ଜାହାକୁ ଜାଣାଇଲେ ବି ଫରକ ପଡିବ ନାଇଁ ବୋଲି ଧମକ ଦେଉଛନ୍ତି । ଏଥିପ୍ରତି ଅବକାରି ବିଭାଗ ନୀରବ ରହିବା ପଛରେ ଗୁଢ ରହସ୍ୟ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଦିବାଲୋକରେ ଏପରି କାଣ୍ଡ ଦୀର୍ଘ ବର୍ଷ ହେବ ଚାଲିଛି । ଏହି ମଦ ଦୋକାନ ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂରରେ ଚାଲିଛି । ପ୍ରତ୍ୟେକ ମଦ ବୋତଲରେ ଲେଖାଯାଇଥିବା ମୂଲ୍ୟ ଠାରୁ ଅଧିକ ୧୦ ରୁ ୨୦ଟଙ୍କା ମଦ କାଉଣ୍ଟରରେ ଥିବା କର୍ମଚାରୀ ନାଲି ଆଖି ଦେଖାଇ ନେଉଛନ୍ତି । ଏହି ଘଟଣା ସଂପର୍କରେ କେତେଜଣ ବ୍ୟକ୍ତି ପ୍ରତିବାଦ କରିବାରୁ ସେମାନଙ୍କୁ ବିଭିନ୍ନ ଧମକ ଦିଆଯାଉଅଛି । ରାତ୍ର ୧୧ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ମଦ ବ୍ୟବସାୟ ହେଉଛି । ଏପରି ଘଟଣା ସରକାରଙ୍କର ଅବକାରୀ ବିଭାଗ ନିୟମକୁ ଉଲଂଘନ କରୁଛି । ଅବକାରୀ ବିଭାଗ ଅଧିକାରୀ ମଦ ଦୋକାନୀ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାରୁ ଏପରି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.