ଲାଞ୍ଜିଗଡ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ବାର୍ଷିକ ବୈଠକ

ଶିକ୍ଷାଦାନରେ ଏକାନ୍ତ ଭାବେ ବ୍ରତୀ ହେବା ପାଇଁ ସାମୂହିକ ଶପଥ ଗ୍ରହଣ କଲେ ଶିକ୍ଷକ

Omkar Vasthu
Omkar Vasthu

କଳାହାଣ୍ଡି,୧୪/୭ : ଶିକ୍ଷା ଦାନରେ ଏକାନ୍ତ ଭାବରେ ବ୍ରତୀ ହେଇ ଲାଞ୍ଜିଗଡ଼ ବ୍ଲକକୁ୍ ସାରା ଓଡ଼ିଶାରେ ଏକ ନମ୍ବର କରିବାକୁ ଲାଞ୍ଜିଗଡ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ବାର୍ଷିକ ବୈଠକରେ ଶପଥ ପାଠ କରିଛନ୍ତି ଶିକ୍ଷକ ।କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ବାର୍ଷିକ ବୈଠକ ଆଜି (ରବିବାର) ବିଶ୍ବନାଥପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିଷରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ପରମାନନ୍ଦ ଗୌଡ଼, ଦିବାକର ବିଭାର, ରଘୁମଣି ବେହେରା, ସଂପାଦକ ମନୋଜ କୁମାର ଦଣ୍ଡନୋ, କ୍ଷୀରସିନ୍ଧୁ ସାହୁ, ମନୋଜ କୁମାର ମହାଖୁଡ଼, ଗୀତାଞ୍ଜଳୀ ପୁରୋହିତ, ଗୌତମ ଦଣ୍ଡସେନା, ସତ୍ୟବାନ ସା, ଗିରିଧାରୀ ଗୌଡ଼, ଶ୍ରୀକାନ୍ତ ନାଏକ, ପ୍ରଭାକର ନାଏକ, ଯୁଗେଶ୍ୱର ପାତ୍ର, ପ୍ରବୀଣ ରାଉତ, ଦନାର୍ଦ୍ଦନ ମିଶ୍ର, ଶୋଭାବନ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ବୈଠକରେ ଚକ୍ରଧର ସୁନା, ଲକ୍ଷ୍ମୀପ୍ରିୟା ନାଏକ, ରୀନା ମହାପାତ୍ର, ପ୍ରମୋଦିନୀ ସାହୁ, ପ୍ରମିଳା ସାହୁ, ଯଶୋଦା ଦୋରା, ଶୋଭାବନ ଛତର, ଧବଳେଶ୍ୱର ମହଲା, ରଂଜିତ ରାଏ, ଦିଲିପ ପରିଚ୍ଛା, ସୁରେଶ ଦୋରା, ଗୌତମ ଦଣ୍ଡସେନା, କୃଷ୍ଣ ଦୁର୍ଗା, ପରମାନନ୍ଦ ଗୌଡ଼, ଉଜ୍ଜଳ ନାଏକ, ଗିରିଧାରୀ ଗୌଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ସହ ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.