ସରକାରଙ୍କ ଦୃଷ୍ଟି ଆଢୁଆଳରେ ୬ଷ୍ଠ ଶତାବ୍ଦୀର ମୋହନଗିରି ଶୈବ ପୀଠ

ପରିଚାଳନା କମିଟୀ ଗଠନ ବୈଠକରେ ଅସନ୍ତୋଷ ପ୍ରକାଶ କଲେ ଅଞ୍ଚଳବାସୀ

କଳାହାଣ୍ଡି,୧୫/୭ : କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ଶୈବ ପୀଠ ମୋହନଗିରି ପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମନରେ ଆଘାତ ପହଞ୍ଚିଛି । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ପ୍ରାଚୀନ କିର୍ତ୍ତିରାଜି ଧଂସ ମୂଖରେ ପଡିଥିବା ବେଳେ ଏହାର ସଂରକ୍ଷଣ ପାଇଁ ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ କିମ୍ବା ପୁରାତତ୍ତ୍ବ ବିଭାଗ ପକ୍ଷରୁ ଆଖି ଦୃଷିଆ ପଦକ୍ଷେପ ନିଆଯାଇ ପାରିନାହିଁ । ସେହିପରି ମନ୍ଦିରର ଉନ୍ନତି କରଣ ପାଇଁ ସରକାରୀ ସ୍ଥରରେ ଗୁରୁତ୍ବ ଦିଆଯାଇ ନାହିଁ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରୀ ଗ୍ରାମରେ ଏହି ଶୈବ ପୀଠ ଅବସ୍ଥିତ । ଦେବ ଦେବ ମହାଦେବ ଏଠାରେ ଧବଳେଶ୍ୱର ନାମରେ ପୂଜା ପାଇ ଆସୁଛନ୍ତି । ଧବଳେଶ୍ବର ମନ୍ଦିର ପରିଚାଳନା କମିଟୀ ଏହି ପୀଠର ଦେଖାସୁଣା କରି ଆସୁଛି । ରବିବାର ଦିନ ମନ୍ଦିର ପରିଚାଳନା କମିଚି ବୈଠକରେ ପୀଠର ଉନ୍ନତିକରଣ ଉପରେ ସରକାରଙ୍କ ଉଦାସୀନତାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସରକାର ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି । ଏହି ଶୈବ ପୀଠରେ ପ୍ରତି ତିନିବର୍ଷକୁ ଥରେ ପରିଚାଳନା କମିଟୀ ବଦଳିଥାଏ । ସେହି କ୍ରମରେ ଉକ୍ତ ବୈଠକରେ ନୂତନ ପରିଚାଳନା କମିଟି ଗଠନ ହୋଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି କପିଳେଶ୍ୱର ସାହୁ, ଉପସଭାପତି ପୂର୍ଣ୍ଣାନନ୍ଦ ବଗର୍ତ୍ତୀ,ବସଂପାଦକ ଶ୍ରୀପତି ଭୋଇ,ଯୁଗ୍ମ ସଂପାଦକ ପବିତ୍ର ବାଗ,ଉପଦେଷ୍ଠା ମଣ୍ଡଳୀ ସିଂହପୁର ସରପଞ୍ଚ ବିଦ୍ୟାଧର ପାତ୍ର,ମୋହନଗିରୀ ସରପଞ୍ଚ ବଳଭଦ୍ର ପାତ୍ର, ବିଶ୍ୱନାଥ ହୋତା, ଦୀନବନ୍ଧୁ ବିଶ୍ୱାଳ,ପବିତ୍ର ମୋହନ ହୋତା.ନବୀନ ପଧାନ, ମୁକୁନ୍ଦ ପାତ୍ର ପ୍ରମୁଖ ମନୋନୀତ ହେଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.