ଜୁନାଗଡ – ଭବାନିପାଟଣା ରାସ୍ତାରେ ଅଘଟଣ
ଜୁନାଗଡ଼,୨୦/୭ : ଜଙ୍ଗଳ ବିଭାଗ ଅବହେଳାର ଏକ ଜଲ୍ବନ୍ତ ଉଦାହରଣ ସହ ଏକ ଅଭାବନିୟ ଘଟଣା ଆଜି ଦେଖିବାକୁ ମିଳିଛି । ରାସ୍ତା କଡରେ ଥିବା ଏକ ସୁଖିଲା ଗଛ ପଡି ଜଣେ ବାଇକ ଆରୋହି ଗୁରୁତର ହୋଇ ପଡିଛନ୍ତି । ଆହତ ଜଣକ ହେଲେ ମରାଜୋର ଗ୍ରାମର ଦିଲୁ କନ୍ଦପାନ (୪୦) । ସେ ଜୁନାଗଡରୁ ଭବାନିପାଟଣା ଯାଉଥିବାବେଳେ ବାଦଲି ଟିକଟରେ ତାଙ୍କ ଉପରେ ହଟାତ ଏକ ସୁଖିଲା ଗଛ ପଡିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନିପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଜଙ୍ଗଳ ବିଭାଗ ଏତେ ଅବହେଳା କାହିଁକି ? କାହିଁକି ପଥାଚାରୀଙ୍କ ଜୀବନ ସହ ଖେଳ ଖେଳାଯାଉଛି ? ଯଦି ଆଜି ପରି କିଛି ଅଘଟଣ ଘଟିବ ତେବେ ଏଥିପାଇଁ ଦାୟି ରହିବ କିଏ ? ଏପରି ନାନା ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ । ତେଣୁ ରାସ୍ତା ଉପରେ ଯେତେ ସୁଖିଲା ଗଛ ଅଛି ସବୁକୁ ତୁରନ୍ତ ହଟାଇବାକୁ ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।