ତ୍ରାହି ତ୍ରାହି ଡାକୁଛନ୍ତି ଜାଲ୍ ପ୍ରମାଣ ପତ୍ରଧାରି ଗୁରୁ

କର୍ଲାମୁଣ୍ଡା ବ୍ଲକ ର ନକଲି ଶିକ୍ଷକ ସାବଧାନ, ଜୁଲାଇ ୨୨ରେ ହେବ ଯାଞ୍ଚ 

କଳାହାଣ୍ଡି,୨୦/୭ : ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଥିବା ନକଲି ଶିକ୍ଷକ ମାନଙ୍କ ଆଉ ତ୍ରାହି ନାହିଁ । ସମାଜ ପାଇଁ ଅଭିଷାପ ପାଲଟିଥିବା ଏହି ଜାଲ୍ ଶିକ୍ଷକ ମାନଙ୍କୁ ଧରପଗଡ ପାଇଁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ଯାଞ୍ଚ ପକ୍ରିୟା । ସେହି କ୍ରମରେ କର୍ଲାମୁଣ୍ଡା ବ୍ଲକରେ ଆସନ୍ତା ଜୁଲାଇ ୨୨ ତାରିଖରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ଯେଉଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟରେ ଚାକିରି କରୁଛନ୍ତି ସେମାନଙ୍କ ହୃତ୍ କମ୍ପନ  ଏବେ ବଢିବାରେ ଲାଗିଛି । ବିଶ୍ବସ୍ଥ ସୂତ୍ରରୁ ପ୍ରକାଶ ଯେ, କେତ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନେତା, ମନ୍ତ୍ରୀଙ୍କ ପାଖକୁ ଯାଇ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ କର୍ଲାମୁଣ୍ଡା ବ୍ଲକରେ ଅନେକ ଶିକ୍ଷକ ଜାଲ୍ ପ୍ରମାଣ ପତ୍ରରେ ଚାକିରି କରୁଥିବା ଅଭିଯୋଗ ହୋଇଆସୁଛି ।

ରାଜ୍ୟର ସିଟି ବିଏଡ୍ ଛାତ୍ରମାନେ ବେକାରି ହୋଇଥିବାବେଳେ ପୁଲା ପୁଲା ଟଙ୍କା ଦେଇ ଅନେକ ଅଯୋଗ୍ୟ ଯୁବକ ଯୁବତୀ ରାଜ୍ୟ ବାହାରରୁ ସିଟି ବିଏଡ୍ ପ୍ରମାଣ ପତ୍ର କିଣି ଆଣି ଶିକ୍ଷକ ହୋଇଥିବା ଅଭିଯୋଗ ହୁଏ । ଆଉ କେତେକ ମେଟ୍ରିକ ରୁ ସ୍ନାତକ ପର୍ଯ୍ୟନ୍ତ ସବୁ ଜାଲ ପ୍ରମାଣପତ୍ରରେ ମଧ୍ୟ ଚାକିରି କରୁଛନ୍ତି । ଏପରି କେତେକ ଜାଲ୍ ପ୍ରମାଣପତ୍ର ଧାରି ଶିକ୍ଷକ ମାନ୍ୟତା ପାଇ ସାରିଥିବା ବେଳେ ବର୍ତମାନ ଏମାନଙ୍କୁ ଧରପଗଡ କରାଯିବାର ଅଭିଯାନ ଆରମ୍ଭ ହୋଇଥିବାରୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ତେବେ ଏହି ଯାଞ୍ଚ ପକ୍ରିୟାରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.