ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଂପାଦକ ଅରବିନ୍ଦ ସାହୁଙ୍କ ନେତୃତ୍ବରେ ଭବାନିପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଠାରେ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ର ଛାତ୍ରୀ ସାମିଲ ହେବା ସହ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀ ମାନଙ୍କ ବିକାଶ ଓ ଶିକ୍ଷାର ପ୍ରଗତି କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଥିବା ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଥିଲେ । ବିଜୁ ଛାତ୍ର ଜନତା ଦଳ ଆଗାମୀ ଦିନରେ କ୍ୟାମ୍ପସ ସହ ଜଡ଼ିତ ରହି ଛାତ୍ରଙ୍କ ଅଧିକାର ପାଇଁଁ ଲଢେଇ କରିବ ବୋଲି ଜିଲ୍ଲା ସଂପାଦକ ଶ୍ରୀ ସାହୁ ଏହି ଅବସରରେ କହିଛନ୍ତି ।