ନର୍ଲାରେ ୪୧ତମ ଶିଶୁ ଉତ୍ସବ-୨୦୨୪ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲରେ ଶିଶୁ ଉତ୍ସବ- ୨୦୨୪ ସଭାପତି ଘୋଡାବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ କିଶୋର କୁମାର ସାହୁଙ୍କ ଦ୍ୱାରା ସଂଘ ପତାକା ଉତ୍ତୋଳନ କରାଯାଇ ଆରମ୍ଭ କରାଯାଇଥିଲା । ଏହି ଶିଶୁ ଉତ୍ସବରେ ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ହାଇସ୍କଲର ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସଙ୍ଗୀତ, ବକ୍ତୃତା ଭଳି ୧୦ ଗୋଟି ବିଭାଗର ଏଥିରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ୧୦ ଗୋଟି ଇଭେଣ୍ଟ ମଧ୍ୟରୁ ୧୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବିଚାରକ ମାନେ ଚୟନ କରିଥିଲେ । ଏହି ଅଗ୍ରଣୀ ୧୦ ଜଣ ଛାତ୍ରଛାତ୍ରୀ ଆସନ୍ତା ୨୧ ଡିସେମ୍ବରରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ନର୍ଲା ପାଇଁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ବ୍ଲକ ସଂଯୋଜକ ବିକ୍ରମ ଗଉଡ, ସଭାପତି କିଶୋର କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଚନ୍ଦ୍ର ପଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱମ୍ବର ସେନାପତି, ବ୍ଲକ କାର୍ଯ୍ୟକାରୀ ସଦସ୍ୟ ତେଜରାଜ ସାହୁ, ବିଚାରକ ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ଵର ଭୋଇ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଓଷ୍ଟାର ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ କ୍ରୀଷ୍ଣାଶ୍ରୀ ମାଝୀ, ସସ୍ମୀତା ସୁନାମୁଦି, ସୋନମରାଣୀ ପଧାନ, ଜ୍ୟୋର୍ତିମୟୀ ମହାନ୍ତି, କର୍ମଚାରୀ ତରଣୀ ଧଙ୍ଗଡାମାଝୀ, ତପନ କୁମାର ଦାସ ଓ ଜେ.ଫାଲ୍ଗୁନା ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.