ଡୁମ୍ବେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନିପାଟଣା ବ୍ଳକ ଦାଦପୁର ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉପ୍ରା ବିଦ୍ୟାଳୟ ଡୁମ୍ୱେରବାହାଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଗ୍ରାମ ଧରଣୀ ପୀଠରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା କରିଥିଲେ ।

କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ, ସମ୍ମାନିତ ଅତିଥି ଭାବେ ସାନ ଗୁଣ୍ଡରୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, ଉକ୍ତ ସ୍କୁଲର ସଭାପତି ଉମାକାନ୍ତ ମାଝୀ, ଯୁବଜ୍ୟୋତି କ୍ଲବର ସଭାପତି ଝସକେତନ ଗଉଡ, ସମ୍ପାଦକ ଡମ୍ବରୁଧର ବେମାଲ , ପ୍ରମୁଖ ଅତିଥି ଉପସ୍ଥିତ ଥିବା ବେଳେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ବହିଦାର ଅଧ୍ୟକ୍ଷତା କରିଥିଲେ ।

ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ମେଡାଲ ସହ ସାର୍ଟିଫିକେଟ ଅତିଥି ଙ୍କ ହାତରୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବିନୋଦ ବିଶି, ଲୋଟସ ତ୍ରିପାଠୀ, ଅସୀମ ଭୋଇ, ଶୁଭଶ୍ରୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.