ସିମାରା ନାଏକ ଗିରଫ୍ ମାମଲା : ଏକଜୁଟ୍ ହେଉଛନ୍ତି ୩ ପଞ୍ଚାୟତବାସୀ, ଆନ୍ଦୋଳନ ଚେତାବନୀ

ପୋଲିସ ସୁରକ୍ଷା ବଦଳରେ ହଇରାଣ କରୁଛି – ଲୁବେନଗଡ ସଭାରେ ପ୍ରକାଶ ପାଇଲା ମତ

କଳାହାଣ୍ଡି,୨୧/୭ (ହେମନ୍ତ ସାହୁ) : ମିଛ ମାଓ ସଂପୃକ୍ତି ଅଭିଯୋଗରେ ମ.ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ଗ୍ରାମର ସିମାରା ନାଏକ ଗିରଫ ମାମଲା ବିରୋଧରେ ଲୁବେନଗଡ଼ଠାରେ ଏକଜୁଟ ହୋଇଛନ୍ତି ଲୁବେନଗଡ଼, ଦେଢଶୁଳୀ ଓ ଉର୍ଲାଦାନୀ ପଂଚାୟତବାସୀ । ଏହି ଗିରଫକୁ ବିରୋଧ କରାଯିବା ସହ ମିଛରେ ଜଣେ ବୃଦ୍ଧ ତଥା ଅଂଚଳର ନେତୃ ସ୍ଥାନୀୟ ବ୍ୟକ୍ତିଙ୍କୁ ମିଛ ମାଓବାଦୀ କେଶରେ ସଂପୃକ୍ତ କରାଯିବାକୁ ଏହି ସଭାରେ ନିନ୍ଦା କରିଛନ୍ତି ଲୁବେନଗଡ଼ ସରପଂଚ ସୁନୀତା ମାଝୀ, ନାଏବ ସରପଂଚ ଯୋଗେଶ୍ୱର ମାଝୀ, ଦେଢଶୁଳୀ ସରପଂଚ ଅନ୍ନ ମାଝୀ, ନାଏବ ସରପଂଚ ନିରୁଙ୍ଗା ମାଝୀ, ସମିତି ସଭ୍ୟା ଅସ୍ମିତା ମାଝୀ ପ୍ରମୁଖ । ଶତାଧିକ ଆଦିବାସୀ ଓ ହରିଜନ ସଂପ୍ରଦାୟର ଜନସାଧାଣ ଆଜି ଏହି ବୈଠକରେ ସିମାରାକୁ ମିଛିରେ ପୋଲିସ ଗିରଫ କରି ତା ନାଁରେ ମିଛ ଦଫା ଲଗାଇ ହଇରାଣର ପ୍ରତିବାଦ କରାଯିବ ଏବଂ ସିମାରାକୁ ଜେଲରୁ ମୁକ୍ତି କରିବାକୁ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ନିଷ୍ପତି ହେବା ସହ ଆନ୍ଦୋଳନପାଇଁ ସଜବାଜ ହେଇଥିବା ଜଣାଯାଇଛି ।

( ସିମାରା ନାଏକ (ଫାଇଲ ଫଟୋ) )

ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ତଥା ମାଓପ୍ରବଣ ଅଂଚଳ ଲୁବେନଗଡ଼ ଗ୍ରାମ ପଂଚାୟତ ଲୁବେନଗଡ଼ ଗ୍ରାମରୁ ଗତ ଜୁନ ମାସ ୨ ତାରିଖ ରବିବାର ସକାଳ ୮ଘଂଟା ୩୦ ମିନିଟ ସମୟରେ ଗାଁର ସିମାରା ନାଏକ(୭୦), ଆନନ୍ଦ ନାଏକ(ଉକ୍ତ ଗ୍ରାମର ଗ୍ରାମରକ୍ଷୀ)ଙ୍କୁ ମୋହନଗିରୀ ଫାଣ୍ଡି ଅଧିକାରୀଙ୍କ ସହାୟତାରେ ମୋହନଗିରୀ ସିଆରପିଏଫ୍ ଏକ ଗାଡ଼ି ଯୋଗେ ଗ୍ରାମକୁ ଯାଇ ସିମାରା ନାଏକଙ୍କୁ ମୋହନଗିରୀ ଫାଣ୍ଡିରେ କାମ ଅଛି କହି ଡ଼ାକିଆଣିଥିଲେ । ପରେ ଏସପି ଏହି ମାମଲା ମାଓ ସଂପୃକ୍ତ ବୋଲି କହି ତାଙ୍କ ବିରୋଧରେ କେସ୍ କରିବା ସହିତ ତାଙ୍କୁ ଜେଲ୍ ପଠାଇଦେଇଥିଲେ । ତେବେ ଏହି ଘଟଣାରେ ସାକ୍ଷୀ ରଖାଯାଇଥିବା ଦୁଇଜଣ ବ୍ୟକ୍ତି ଏହି ଘଟଣା ସପଂର୍କରେ କିଛି ଜାଣିନଥିବା କହି ସତ୍ୟପାଠ ଦାଖଳ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ, ସିମାରା ନାଏକ(୭୦) ଅଂଚଳରେ ଜଣେ ନେତୃ ସ୍ଥାନୀୟ ବ୍ୟକ୍ତି ହେଇଥିବାବେଳେ ସେ ବିଭିନ୍ନ ସାମାଜିକ କାର୍ଯ୍ୟ କଳାପରେ ନିଜକୁ ନିୟୋଜିତ କରି ଆସୁଛନ୍ତି । ଆଜିର ଏହି ସଭାରେ ପୋଲିସ ସୁରକ୍ଷା ଦେବା ପରିବର୍ତ୍ତେ ସାଧାରଣ ଜନତାକୁ ହଇରାଣ କରୁଛି ବୋଲି ନିନ୍ଦା କରାଯିବା ସହ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ଏବଂ ଆଜିର ସଭାରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଲେଖିବା ସହ ସମସ୍ତଙ୍କ ଆଗରେ ଉପସ୍ଥାପନ ପୂର୍ବକ ଦସ୍ତଖତ ସଂଗ୍ରହ କରାଯାଇଥିଲା, ଏବଂ ଏହି ଦାବୀ ପତ୍ର ପ୍ରଦାନର ଦଶ ଦିନ ଭିତରେ ସିମାରାଙ୍କୁ ମୁକ୍ତ କରାନଗଲେ, ପରବର୍ତ୍ତୀ ପଦକ୍ଷେପ ଭୟଙ୍କର ହେବ ବୋଲି ସଭାରେ ସମସ୍ତେ ସୂଚନା ପ୍ରଦାନ କରିଛନ୍ତି ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.