ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦକ୍ଷିଣ ସମ୍ଭାଗ ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକଙ୍କ ବୈଠକ

ରାୟଗଡ,୨୧/୭ : ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ଦିନ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି,ଓଡିଶା, ଦକ୍ଷିଣ ସମ୍ଭାଗ ଓ ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ବୈଠକ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦକ୍ଷିଣ ସମ୍ଭାଗର ସଭାପତି ଡଃ.ବିପିନ ବିହାରୀ ମିଶ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ମନୁଷ୍ୟ ଜୀବନର ମୂଲ୍ୟବୋଧ ଉପରେ ସଂକ୍ଷେପରେ କହିଥିଲେ । ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ନିଜର ଅଭିଭାଷଣ ମାଧ୍ୟମରେ ଶିକ୍ଷାର ମହତ୍ୱ ସମ୍ବନ୍ଧରେ ମତବ୍ୟକ୍ତ ପ୍ରଦାନ କରିଥିଲେ । ପ୍ରାନ୍ତ ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ ଏବଂ ସମ୍ଭାଗ ସଂପାଦକ ରବିନ୍ଦ୍ର କୁମାର ସାମଲ ଉପସ୍ଥିତ ରହିଥିଲେ । ସମ୍ଭାଗ ସଂଯୋଜକ ବିଶ୍ୱମ୍ବର ଦ୍ୱାରୀ ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ହୃଦୟାନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସଂପାଦକ ଡଃ.ସୁନୀଲ ପ୍ରସାଦ ମହାପାତ୍ର ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୯୩ଜଣ ପ୍ରଧାନ ଆଚାର୍ଯ୍ୟ ଓ ୫୦ଜଣ ସଂପାଦକ ଏବଂ ୧୦ଜଣ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ । ସମସ୍ତଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ରୂପେ ସଂପାଦନ ହୋଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.