ଅଳ୍ପ ଗଳ୍ପ, ପୁରାଣ ପ୍ରସଙ୍ଗରୁ : ବଳରାମଙ୍କ ବିବାହ

ରାଜା ଶର୍ଯ୍ୟାତିଙ୍କ ତିନି ପୁତ୍ର ଥିଲେ ଉବାନବର୍ହି,ଅାନର୍ତ୍ତ ଓ ଭୂରିଭୀଶ । ଆନର୍ତ୍ତଙ୍କ ପୁତ୍ର ରେବତ ସମୁଦ୍ର ତଳେ କୁଶସ୍ଥଳୀ ନାମକ ଏକ ନଗର ସ୍ଥାପନ କରି ସେଠାରେ ଶାସନ କରୁଥିଲେ । ତାଙ୍କର ଶହେ ପୁତ୍ର ଥିଲେ । କକୁମି ସେମାନଙ୍କ ମଧ୍ୟରେ ଜ୍ୟୋଷ୍ଠ ଓ ମହାପରାକ୍ରମି ଥିଲେ । କକୁମି ନିଜ କନ୍ୟା ରେବତୀଙ୍କୁ ସାଙ୍ଗରେ ନେଇ ବରପାତ୍ର ଖୋଜିବା ସକାଶେ ବ୍ରହ୍ମାଙ୍କ ପାଖରେ ଉପସ୍ଥିତ ହେଲେ । ସେତେବେଳେ ବ୍ରହ୍ମଲୋକରେ ଗୀତବାଦ୍ୟର ଏକ ଆସର ଜମିଥାଏ, ତେଣୁ ରାଜା କିଛି ସମୟ ବ୍ରହ୍ମାଙ୍କୁ ଅପେକ୍ଷା କଲେ । ଉତ୍ସବ ପରେ ସେ ବ୍ରହ୍ମାଙ୍କୁ ନିଜ ଆସିବାର ଅଭିପ୍ରାୟ ଜଣାଇଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ରହ୍ମା ଏହା ସୁଣି କହିଲେ – ମହାରାଜ କକୁମି ଆପଣ ଯେଉଁ ମାନଙ୍କୁ ମନେ ମନେ ଖୋଜୁଥିଲେ ସେମାନେ ସମସ୍ତେ ଚାଲିଗଲୋଣି । ଏବେ ଅନେକ କାଳ ବିତିଗଲାଣି । ତେଣୁ ତୁମେ ବିଷ୍ଣୁ ଅଂଶାବତାର ବଳରାମଙ୍କୁ ସାକ୍ଷାତ କରି ରେବତୀଙ୍କୁ ସମର୍ପଣ କର । ସେ ପରମ ପବିତ୍ର ଯଦୁ କୂଳରେ ଜନ୍ମ ଗ୍ରହଣ କରିଛନ୍ତି ଓ ମହା ବଳବାନ ଅଟନ୍ତି । ବ୍ରହ୍ମାଙ୍କ ଆଦେଶ ପାଇ କକୁମି ବ୍ରହ୍ମଲୋକରୁ ନିଜ ରାଜଧାନୀକୁ ପ୍ରସ୍ଥାନ କଲେ । ସେହି ସମୟରେ ତାଙ୍କ ବଂଶଧରମାନେ ଯକ୍ଷ ମାନଙ୍କ ଭୟପାଇ ସେଇ ନଗର ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ । ତେଣୁ ରାଜା କକୁମି ନିଜର କନ୍ୟା ରେବତୀଙ୍କୁ ନେଇ ବଳରାମଙ୍କ ହାତରେ ସମର୍ପଣ କରି ତପସ୍ୟା କରିବା ପାଇଁ ଚାଲିଗଲେ । ବଳରାମ ରେବତୀଙ୍କୁ ବିବାହ କରି ଖୁସିରେ ରହିଲେ ।

Udyog Nursery
Udyogi Nursery

 

ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
Editor odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.