ବୋଡେନ,୨୨/୭ : ଆଜି ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ସନ୍ତୁଷ୍ଟ କରାଇବାର ଏକ ସ୍ବର୍ଣ୍ଣିମ ସମୟ । ଭୋଳାନାଥଙ୍କ ପ୍ରିୟ ବାର ହେଉଛି ସୋମବାର । ଅଜି ସାରାଦେଶର ଶୈବପିଠ ସବୁରେ ଭକ୍ତଙ୍କ ଗହଳି ଲାଗିଥିବୀବେଳେ ନୂଅାପଡ଼ା ଜିଲ୍ଲା ବୋଡ଼େନ ବ୍ଳକ ପାତାଳଗଙ୍ଗା ଶୈବପିଠରେ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭିଡ ପରିଳକ୍ଷିତ ହେଇଛି । ବୋଲବମ୍ ଭକ୍ତମାନେ ନୂତନ ଉତ୍ସାହ ଉଦ୍ଦିପନା ଓ ଭକ୍ତି ସହକାରେ ପବିତ୍ର ପାଣି ନେଇ ନିଜ ନିଜ ଅଞ୍ଚଳର ଶିବମନ୍ଦିର ରେ ଜଳାଭିଷେକ କରିଥାନ୍ତି । ବାବାଙ୍କ ପିଠରେ ଅନେକ ଭକ୍ତ ଜଳଲାଗି କରି ଭଗବାନ ଶିବ ଶଙ୍କରଙ୍କ ନାରା ସହିତ ବିଭିନ୍ନ ବାଦ୍ୟ ନାଦ କରିଥିଲେ । ବିସେଷ କରି ଶ୍ରାବଣ ମାସରେ ଉକ୍ତ ପିଠକୁ ଆଖପାଖ ଜିଲ୍ଲା ତଥା ଛତିଶଗଡ ରାଜ୍ଯର ମଧ୍ୟ ଅନେକ ଭକ୍ତ ଆସିଥାଅାନ୍ତି ।
ବୋଡେନ ରୁ ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta .in